ପଶ୍ଚିମ ଓଡ଼ିଶାରେ ୪୦୭ ରେକର୍ଡ ରୋଗୀ ଚିହ୍ନଟ: ଆକ୍ରାନ୍ତ ସଂଖ୍ୟା ୬୪୬୧ ଛୁଇଁଲା, ୨୬ ମୃତ

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। କୋସଲରେ ଅସମ୍ଭାଳ ହେଉଛି କରୋନା। ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏପରିକି ଗତ ଦୁଇ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ୬୭୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ପଶ୍ଚିମ ଓଡ଼ିଶାରେ ମୋଟ ରୋଗୀ ସଂଖ୍ୟା ୬୪୬୧କୁ ବୃଦ୍ଧି ପାଇଛି। ତାସହ ମୃତକ ସଂଖ୍ୟା ୨୬ କୁ ଛୁଇଁଛି।


ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ଆଜି ଗୋଟିଏ ଦିନରେ ରାଜ୍ୟରେ ୧୫୨୮ ରୋଗୀ ଚିହ୍ନଟ ସହ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସେଥି ମଧ୍ୟରୁ ପଶ୍ଚିମ ଓଡ଼ିଶାର ୪୦୭ ଜଣ ରୋଗୀ ଅଛନ୍ତି। ଯାହା ପଶ୍ଚିମ ଓଡ଼ିଶାର ସର୍ବକାଳୀନ ରେକର୍ଡ଼। ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଜଣଙ୍କ ମୃତ୍ୟୁ ଘଟି ଥିବା ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ୪୦୭ ରୋଗୀ ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୬୮ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୧୨୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତାସହ ଜଣଙ୍କ ମୃତ୍ୟୁ ଘଟିଛି ଏହି ଜିଲ୍ଲାରେ। ବଲାଙ୍ଗିର ଜିଲ୍ଲାରେ ୫୯, କଳାହାଣ୍ଡି ଜିଲ୍ଲାରେ ୩୧, ବରଗଡ଼ ଜିଲ୍ଲାରେ ୧୦, ଝାରସୁଗୁଡା ଜିଲ୍ଲାରେ ୯, ବୌଦ୍ଧ ଜିଲ୍ଲାରେ ୭, ସୋନପୁରରେ ୫ ଏବଂ ନୂଆପଡ଼ା ଜିଲ୍ଲାରେ ୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।


ଏବେ ନଜର ପକାଇବା କେଉଁ ଜିଲ୍ଲାରେ କେତେ ରୋଗୀ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଶୀର୍ଷରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଯାଏ ୨୩୬୨ ଜଣ ରୋଗୀ ଚିହ୍ନଟ ହେବା ସହ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେଥି ମଧ୍ୟରୁ ୧୪୨୭ ଜଣ ସୁସ୍ଥ ହୋଇଥିବା ବେଳେ ୯୧୩ ଜଣ ସକ୍ରିୟ ରହିଛନ୍ତି। ତା ତଳକୁ ରହିଛି ସମ୍ବଲପୁର ଜିଲ୍ଲା। ଏଠାରେ ୧୧୬୯ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବଲାଙ୍ଗିରରେ ୬୯୬, ବରଗଡରେ ୬୪୪ ଓ ୩ ମୃତ, କଳାହାଣ୍ଡିରେ ୫୧୮ ଓ ୨ ମୃତ, ଝାରସୁଗୁଡାରେ ୪୦୦ ଓ ଜଣେ ମୃତ, ବୌଦ୍ଧରେ ୨୧୦, ସୋନପୁରରେ ୧୭୪ ଓ ଦେବଗଡ଼ ଜିଲ୍ଲାରେ ୧୦୧ ରୋଗୀ ଚିହ୍ନଟ ହୋଇଛନ୍ତି।


ସୂଚନା ଅନୁସାରେ ରାଜ୍ୟରେ ୪୭,୪୫୫ ରୋଗୀ ଚିହ୍ନଟ ହେବା ସହ ୨୮୬ ଜଣଙ୍କ ମୃତ୍ୟୁ ହୋଇ ସରିଛି। ଆକ୍ରାନ୍ତ ମଧ୍ୟରୁ ୩୧,୭୮୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫,୩୩୩ ଜଣ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହା ବାଦ ୫୧ ଜଣଙ୍କ ମୃତ୍ୟୁ କରୋନା ବ୍ୟତୀତ ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply