ନାଲକୋରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

ଓଡ଼ିଶାବଡ଼ ଖବର

ଭୁବନେଶ୍ଵର, ଏନ୍ଏନ୍ ବ୍ୟୁରୋ I କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼ (ନାଲକୋ)ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି I ଭୁବନେଶ୍ୱର ସ୍ଥିତ ନାଲକୋ ମୁଖ୍ୟାଳୟରେ ସିଏମଡି ଶ୍ରୀଧର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନାଲକୋ ସମୁଦାୟକୁ ସମ୍ବୋଧିତ କରିଥିଲେ I ଏ ଅବସରରେ ନାଲକୋ ଭବନ ପରିସରରେ ପୂର୍ବତନ କର୍ମଚାରୀଙ୍କ ପାଇଁ ଏକ ସ୍ଵତନ୍ତ୍ର ସୁବିଧା କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ ଶ୍ରୀଧର ପାତ୍ର। ଏଥିରେ ପୂର୍ବତନ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ନାଲକୋର ବରିଷ୍ଠ ଅଧିକାରୀଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ। ଏହି ଅବସରରେ କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳର ପ୍ରଖ୍ୟାତ ଡ୍ୟାନ୍ସ ଟ୍ରୁପ୍ ଦ୍ଵାରା ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା I ନାଲକୋର ଅନୁଗୋଳ ଏବଂ ଦାମନଯୋଡି ସ୍ଥିତ ଅପରେଟିଂ ୟୁନିଟ, ଭାଇଜାଗ ସ୍ଥିତ ପୋର୍ଟ ଫାସିଲିଟି ଏବଂ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ଦେଶଭକ୍ତି ଏବଂ ଉତ୍ସାହର ସହିତ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।