ଏନ୍ଏନ୍ ବ୍ୟୁରୋ I ଚିଫ ସିଏସଓ ପରେ ଏବେ ଆଉ ଜଣେ ଦୁର୍ନୀତିଖୋର ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି I ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ୍ କୁମାର ପାଢୀ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି I ଜଣେ ଠିକାଦାରଙ୍କ ଠାରୁ 50 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ଧରା ପଡିଛନ୍ତି ଯନ୍ତ୍ରୀ ସୁଜିତ୍ ପାଢୀ I ପାଟଣାଗଡ଼ ଅଫିସ ସହ ତିନୋଟି ଜାଗାରେ ଏକକାଳୀନ ଚଢାଉ ଜାରି ରହିଛି I ଅଭିଯୋଗ ଅନୁସାରେ ଠିକାଦାର ଜୟନ୍ତ ମେହେର ସରକାରୀ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିଥିଲେ I ଏହି କାର୍ଯ୍ୟ ଦାୟିତ୍ଵରେ ସହକାରୀ ଯନ୍ତ୍ରୀ ସୁଜିତ୍ ପାଢୀ ଦାୟିତ୍ଵରେ ରହିଥିଲେ I ତେବେ ଠିକାଦାରଙ୍କ ଫାଇନାଲ ବିଲ କରାଇବା ପାଇଁ 1 ଲକ୍ଷ ଟଙ୍କା ଦାବି କରିଥିଲେ ସୁଜିତ୍ l ପ୍ରଥମ କିସ୍ତିରେ ଠିକାଦାର 50 ହଜାର ଟଙ୍କା ଯନ୍ତ୍ରୀଙ୍କୁ ଦେଇଥିଲେ I ହେଲେ ଏହାପରେ ବି ବିଲ କରିନଥିଲେ ସହକାରୀ ଯନ୍ତ୍ରୀ ସୁଜିତ୍ I ଏବଂ ବାକି 50 ହଜାର ଟଙ୍କା ଦେବା ପରେ ଯାଇ ବିଲ କରିବା ପାଇଁ କହିଥିଲେ ଯନ୍ତ୍ରୀ I ଏପରିକି ବିଲ ପାଇଁ ବହୁ ହଇରାଣ କରିଥିଲେ I ଶେଷରେ ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଠିକାଦାର I ଏବଂ ଆଜି ଯୋଜନା ମୁତାବକ ଠିକାଦାରଙ୍କ ଠାରୁ 50 ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଯନ୍ତ୍ରୀ I 50 ହଜାର ଟଙ୍କା ଜବତ କରିବା ସହିତ ପାଟଣାଗଡ଼ କାର୍ଯ୍ୟାଳୟ ସହ ତିନୋଟି ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରଖିଛି I
ଭିଜିଲାନ୍ସ ଜାଲରେ ଆରଡି ଏସଡିଓ
