ରାସ୍ତାରେ ଚଳନ୍ତା କାର ଉପରେ ବସିଲା ହାତୀ, ଭୟରେ ଚାଳକ ଏମିତି କଲେ… ଦେଖନ୍ତୁ ଭିଡ଼ିଓ

ଦେଶ ଓ ବିଦେଶସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ଥାଇଲାଣ୍ଡର ଖାଓ ଆଇ ନାସନାଲ୍ ପାର୍କରେ ଏମିତି ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ଏକ ହାତୀ ଚଳନ୍ତା କାର ଉପରେ ବସି ପଡ଼ିଲା। ଫଳରେ କାର ଡ୍ରାଇଭର ଏତେ ଡରିଗଲା ଯେ ଗାଡ଼ିର ବେଗକୁ ଅଧିକ ବଢାଇବାର ତାର ଜୀବନ ବଞ୍ଚିଗଲା । ଏବେ ସୋସାଲ୍ ମିଡ଼ିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ତେବେ ଥାଇଲ୍ୟାଣ୍ଡ ନ୍ୟାସନାଲ ପାର୍କରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବା ଜଣାପଡିଛି ।

ଡୁଏ ନାମକ ୩୫ ବର୍ଷୀୟ ହାତୀ ନ୍ୟାସନାଲ ପାର୍କ ରାସ୍ତାରେ ଯାଉଥିଲା। ହେଲେ ଏକ କାର ଆସୁଥିବା ଦେଖି ହାତୀ ତ ଉପରକୁ ଚଢ଼ିବାକୁ ଉଦ୍ୟମ କଲା। ହାତୀ ପୁରା କାର ଉପରେ ଚଢିବା ପୂର୍ବରୁ ଚାଳକ ଗାଡ଼ିର ସ୍ପିଡ୍ ବଢାଇ ଦେଇଥିଲେ। ଯେତେବେଳେ ଆଗକୁ ଯାଇ କାରକୁ ଦେଖିବା ପରେ ଗାଡ଼ିର ପଛ ଭାଗ କାଚ ଭାଙ୍ଗିବା ସହ କାର ଦବି ଯାଇଥିଲା ।

ସ୍ଥାନୀୟ ଖବର ଅନୁସାରେ ଘଟଣା ଘଟିବା ପରେ ପାର୍କ ଅଧିକାରୀ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇ ଥିଲେ ଯେ, ଏଭଳି ସ୍ଥିତିରେ କଣ କରିବା ଆବଶ୍ୟକ। ଯାତ୍ରା କରିବା ସମୟରେ ଯଦି ଆଗ ପଟରୁ ହାତୀ ଆସିବ ତାହେଲେ କାରରୁ ବାହାରର ଫଟୋ ଉଠାନ୍ତୁ ନାହିଁ, ବରଂ ସୁରକ୍ଷିତ ରହିବା ଲାଗି ଗାଡ଼ି ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

ଦେଖନ୍ତୁ ଭିଡ଼ିଓ

Leave a Reply