ନବନୀତା ବ୍ୟୁରୋ। କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନାଲକୋ ଭବନ ଗସ୍ତ। କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ନାଲକୋ ଭବନ ଗସ୍ତ କରିଛନ୍ତି। ଏ ଅବସରରେ କେନ୍ଦ୍ର ମନ୍ତ୍ରୀ ନାଲକୋ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରୁଦ୍ରାକ୍ଷ ବୃକ୍ଷରୋପଣ କରିଥିଲେ। ଏଥିସହ ନାଲକୋର ପ୍ରଶଂସା କରିବା ସହ କଂପାନୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ କମ୍ପାନୀର ଭଲ ପ୍ରଦର୍ଶନ ପାଇଁ କେନ୍ଦ୍ରମନ୍ତ୍ରୀ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ, ବାତ୍ୟା ଫନୀ ପରେ ନାଲକୋ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

