ଆଉ ଏକ ପରମାଣୁ ମିଜାଇଲ୍ ପରୀକ୍ଷା କରିବାକୁ ଯାଉଛି ଭାରତ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଭାରତ ଆଉ ଏକ ପରମାଣୁ ମିଜାଇଲ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛି। ଶୁକ୍ରବାର ଆନ୍ଧ୍ରପ୍ରଦେଶ ସମୁଦ୍ରକୂଳରେ ବୁଡାଜାହାଜ୍ ଜରିଆରେ କେ -୪ ପରମାଣୁ ମିଜାଇଲ ପରୀକ୍ଷା କରିବାକୁ ଯାଉଛି। ସମାଚାର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି।

ବୁଡ଼ଜାହାଜରେ ଶତ୍ରୁ ପ୍ରତିପକ୍ଷଙ୍କୁ ଠିକଣା ଜବାବ୍ ଦେବା କ୍ଷମତା ବୃଦ୍ଧି ଆହୁରି ମଜବୁତ୍ କରିବା ପାଇଁ ଭାରତ ଆଉ ଏକ କଦମ ଆଗକୁ ବଢ଼ାଇବ। କେ-୪ ପରମାଣୁ ମିଜାଇଲର ପ୍ରତିରୋଧ କ୍ଷମତା ୩୫୦୦ କିଲୋମିଟର ବୋଲି କୁହାଯାଉଛି। ଡିଆରଡିଓ ଦ୍ଵାରା ନିର୍ମିତ ଆରିହନ୍ତ ବର୍ଗର ଏହି ପରମାଣୁ ବୁଡ଼ଜାହାଜ୍ ପାଇଁ ବିକଶିତ କରାଯାଉଛି। ଏ ବୁଡାଜାହାଜ ଭାରତର ପରମାଣୁ ପରୀକ୍ଷଣର ମୁଖ୍ୟ ଆଧାର ହେବ ।

ସରକାରୀ ସୂତ୍ର ଅନୁସାରେ ଶୁକ୍ରବାର ଡିଆରଡିଓ ଆନ୍ଧ୍ରପ୍ରଦେଶର ବିଶାଖାପାଣା ଅଣ୍ଡର ୱଟର ପ୍ଲାଟଫର୍ମରେ କେ-୪ ପରମାଣୁ ମିଜାଇଲ ପରୀକ୍ଷା କରିବ। ଏ ଅବସରରେ ଡିଆରଡିଓ ମିଜାଇଲ ପ୍ରଣାଳୀରେ ଉନ୍ନତ ପ୍ରଣାଳୀରେ ବି ପରୀକ୍ଷା କରିବ। କେ -୪ ଦୁଇଟି ପରମାଣୁ ବୁଡାଜାହାଜ ମିଜାଇଲ ଯାହା ଭାରତ ଦ୍ଵାରା ବିକଶିତ କରାଯାଉଛି । ଅନ୍ୟ ଏକ ମିଜାଇଲ ବି୦-୫ ଯାହାର ପ୍ରତିରୋଧ କ୍ଷମତା ୭୦୦ କିଲୋମିଟରରୁ ଅଧିକ ରହିଛି।

ତେବେ କେତେ ରେଞ୍ଜରେ ପରୀକ୍ଷଣ ହେବ ତାହା ସ୍ପଷ୍ଟ ହୋଇନି। ଭାରତ ଦ୍ଵାରା ନିୟୋଜିତ ଟେଷ୍ଟ ଫାଇରିଂ ପାଇଁ ଲମ୍ବା ଦୁରତାର ମିଜାଇଲ ପରୀକ୍ଷଣ ନିମନ୍ତେ ନୋଟିସ୍ ଟୁ ଏୟେରମେନ୍ ଓ ସମୁଦ୍ର ଅଞ୍ଚଳରେ ପୂର୍ବରୁ ଚେତାବନୀ କରାଯାଇସାରିଛି।