ବଡ଼ ବାତ୍ୟାର ରୂପ ନେବ ବୁଲବୁଲ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ସମ୍ଭାବ୍ୟ ବାତ୍ୟା ବୁଲବୁଲ ବଡ଼ ବାତ୍ୟାର ରୂପ ନେଇପାରେ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଡିପ୍ ଡିପ୍ରେସନ୍ ରେ ରୂପ ନେଇଥିବା ବୁଲବୁଲ ବଡ଼ ବାତ୍ୟାରେ ପରିଣତ ହୋଇପାରେ। ଗୁରୁବାର ସକାଳ ଯାଏ ବୁଲବୁଲ ବାତ୍ୟାର ପରିଣତ ହେବ। ହେଲେ ୫ ଦିନ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ ନି ବୋଲି ସେ କହିଛନ୍ତି। ଏହା ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ବାଂଲାଦେଶ ଆଡ଼କୁ ଗତି କରୁଥିବା ବେଳେ ଘଣ୍ଟାକୁ ୫/୬ କିଲୋମିଟର ସ୍ପୀଡରେ ଗତି କରୁଛି।

ସମ୍ଭାବ୍ୟ ବାତ୍ୟା ଏବେ ପାରାଦୀପ ଠାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ରହିଛି। ପ୍ରଭାବରେ ୮ ତାରିଖରୁ ଉପକୂଳ ଜିଲ୍ଲାରେ ଜୋରରେ ପବନ ବହିବ। ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ କମରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ହେଲେ ସମୁଦ୍ର ଅଶାନ୍ତ ହେବା ସମ୍ଭାବନା ଏହି ଥିବାରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ବାରଣ କରାଯାଇଛି।