ଜାନୁୟାରୀ 22ରୁ ବିମଲେଇ ମହୋତ୍ସବ 

ଓଡ଼ିଶାବଡ଼ ଖବରସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ I ଦ୍ଵିତୀୟ ବିମଲେଇ ମହୋତ୍ସବ ପାଇଁ ଜୋରଦାର୍ ପ୍ରସ୍ତୁତି I ଆସନ୍ତା ନୂଆବର୍ଷ ଜାନୁୟାରୀ 22 ରୁ 26 ଯାଏ ଏହି ମହୋତ୍ସବ ଅନୁଷ୍ଠିତ ହେବ I ଏନେଇ ମହୋତ୍ସବ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି I ତାସହ ମହୋତ୍ସବକୁ ଗତଥର ଅପେକ୍ଷା କିଭଳି ଆହୁରି ଆକର୍ଷଣୀୟ କରାଯାଇ ପାରିବ ସେନେଇ ସଜବାଜ ଚାଲିଛି I ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ଅନ୍ତର୍ଗତ ବିଲାଇସର୍ଡା ସ୍ଥିତ ମିନି ଷ୍ଟାଡିୟମ ଠାରେ ଏହି ମହୋତ୍ସବ ଧୁମଧାମରେ ପାଳନ କରାଯିବ I ପ୍ରତିଦିନ ମହୋତ୍ସବ ସଭା ଶେଷ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ I ତେବେ ଏଥର କଂସ ଦରବାର ଓ ମୀନା ବଜାର ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବ I ବିଲାଇସର୍ଡାର ଇତିହାସ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଧେଶ୍ୟ I ଚଳିତ ମହୋତ୍ସବ କମିଟି ସଭାପତି ଭାରତ ଭୂଷଣ ପ୍ରଧାନ, ସମ୍ପାଦକ ଗଦାଧର ବିଶ୍ଵାଳ, ସଂଗଠକ ସୁଶାନ୍ତ ଛତ୍ରୀଆ, କୋଷାଧ୍ୟକ୍ଷ ମଧୁସୂଦନ ପ୍ରଧାନ, ଉପଦେଷ୍ଟା କିଶୋର ବିଶ୍ଵାଳ ଓ ଅମରେଶ ବୁଡେକ ଏବଂ କମିଟି ସଦସ୍ୟ ସୁରେନ ବୁଡେକ ସହ ଅନ୍ୟାନ୍ୟ କର୍ମକର୍ତ୍ତା ମହୋତ୍ସବକୁ ସହଯୋଗ କରିବେ I ତେବେ ଏଥର ଦ୍ଵିତୀୟ ବର୍ଷ ଧୁମଧାମରେ ମହୋତ୍ସବ ପାଳନ ହେବାକୁ ଥିବାରୁ ବହୁ ଲୋକଙ୍କ ଭିଡ ଜମିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ I

Leave a Reply