ନିର୍ମାଣ ଶ୍ରମିକଙ୍କୁ ସାଢେ଼ ୪ କୋଟିର ଆର୍ଥିକ ସହାୟତା

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ନିର୍ମାଣ ଶ୍ରମିକଙ୍କୁ ସାଢେ଼ କୋଟିର ଆର୍ଥିକ ସହାୟତା। ମୋଟ ୭୨୧ ଜଣ ହିତାଧିକାରୀଙ୍କୁ ୪ କୋଟି ୬୨ ଲକ୍ଷ ୯୭ ହଜାର ୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ସୋହେଲା ନିକଟସ୍ଥ ହଲଦିପାଲିରେ ଆୟୋଜିତ ସହାୟତା ବଣ୍ଟନ ଶିବିରରେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପଧାନ, ଜିଲ୍ଲା ପରିଷଦ ରୋଜି ନାଏକ, ସୋହେଲା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ କୁମାର ବେହେରା, ଭଟଲି ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ମାନ ଭଞ୍ଜନ ପଧାନ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବରଗଡ଼ ଜିଲ୍ଲାର ଶହଶହ ହିତାଧିକାରୀ ଅଂଶ ଗ୍ରହଣ କରିଥିଲେ।

Leave a Reply