ଗଇଁତଲାରେ ବିଜେଡିର ପ୍ରତିଷ୍ଠା ଦିବସ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ।ପୁଇଁନ୍ତଳାରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଗଇଁତଲା ଖେଳ ପଡିଆଠାରେ ଏହି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଫୁଲମାଲ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆସନ୍ତା ନିର୍ବାଚନରେ ବିଜେଡି କେମିତି ଗଡ ଦଖଲ କରିବ ସେନେଇ ନେତାମାନେ ନିଜ ନିଜ ମତ ରଖିଥିଲେ। ହେଲେ ଏଥର ନିହାର ରଞ୍ଜନ ବେହେରାଙ୍କୁ ଜିତାଇବାକୁ ସମସ୍ତେ ଏକଜୁଟ ହୋଇ ଲଢ଼ିବାକୁ ଆହ୍ବାନ ଦିଆଯାଇଥିଲା। ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ଯୁବ ନେତା ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ତିନି ବ୍ଲକର ବିଜେଡି ସଭାପତିଙ୍କ ସହ ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ଯୋଗ ଦେଇଥିଲେ। ଏଥିସହ ନିର୍ବାଚିତ ପ୍ରତିନିଧି ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଞ୍ଚଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

Leave a Reply