ନୃସିଂହନାଥରେ ‘ସ୍ବୟଂସିଦ୍ଧା’ ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

ଓଡ଼ିଶାବଡ଼ ଖବରସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ I ବରପାଲି ବ୍ଳକ୍ ଅନ୍ତର୍ଗତ ଲେଣ୍ଡାସ୍ଥିତ ‘ସ୍ବୟଂସିଦ୍ଧା ଫାଉଣ୍ଡେସନ’ ପକ୍ଷରୁ ପ୍ରକାଶିତ ‘ସ୍ବୟଂସିଦ୍ଧା’ ପତ୍ରିକାର ଶାରଦୀୟ ବିଶେଷାଙ୍କ ପାଇକମାଳର ପବିତ୍ର ନୃସିଂହ ନାଥ ମନ୍ଦିରରେ ଲୋକାର୍ପିତ ହୋଇଯାଇଛି। ମନ୍ଦିରର ପୂଜକ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ‘ସ୍ବୟଂସିଦ୍ଧା’କୁ ନୃସିଂହ ବାବାଙ୍କ ପାଖରେ ସମର୍ପଣ କରିଥିଲେ। ପରେ ମନ୍ଦିର ପରିସରରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଶ୍ରୀ ଶ୍ରୀ ନୃସିଂହ ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ସୁରେଶ କୁମାର ପାଠୀ, ‘ସ୍ବୟଂସିଦ୍ଧା’ର ସଂପାଦକ ଡକ୍ଟର ସୁଶୀଳ କୁମାର ବାଗ୍ ‘ସ୍ବୟଂସିଦ୍ଧା’ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଜନ୍ମ ଶତବାର୍ଷିକୀ ଅବସରରେ ବିଶିଷ୍ଟ ସାହିତ୍ୟିକ, ଦାର୍ଶନିକ ତଥା ଚିନ୍ତାନାୟକ ଚିତ୍ତରଞ୍ଜନ ଦାସଙ୍କୁ ଏହି ସଂଖ୍ୟାଟି ଉତ୍ସର୍ଗ କରାଯାଇଛି । ସ୍ବର୍ଗତ ଦାସଙ୍କ ଜୀବନ ଓ ସାହିତ୍ୟ ସଂପର୍କିତ ଆଲେଖ୍ୟ ସହ ଓଡ଼ିଶାର ବହୁ କବି, ଗାଳ୍ପିକ, ସମାଲୋଚକ, ଅନୁବାଦକଙ୍କ ଲେଖାରେ ‘ସ୍ବୟଂସିଦ୍ଧା’ର ପୂଜା ବିଶେଷାଙ୍କ ସମୃଦ୍ଧଶାଳୀ ହୋଇଛି। ଏହି ସଂଖ୍ୟାଟି ପାଠକମାନଙ୍କ ଦ୍ବାରା ଆଦୃତି ଲାଭ କରିବ ବୋଲି ଆଶା କରାଯାଏ।

Leave a Reply