କାହିଁକି କବାଟ କିଳି ବୈଠକ କଲେ ବିଧାୟକ ଓ ବ୍ଳକ ଅଧ୍ୟକ୍ଷ !

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ I ଦିନ ବେଳା କବାଟ ବନ୍ଦ କରି ରୁଦ୍ଧଦ୍ବାର ବୈଠକ I ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ କବାଟ କିଳି ଆଲୋଚନା କରିବା ରାଜନୀତିକ ମାହୋଲକୁ ସରଗରମ କରି ପକାଇଛି I ଗତ ମଙ୍ଗଳବାର ଦେଓଗାଁ ବ୍ଲକରେଏଭଳି ଚିତ୍ର ଦେଖିବାକୁ ମିଳିଥିଲା I ତେବେ କାହିଁକି ଉଭୟ ନେତା ରୁଦ୍ଧଦ୍ଵାର ବୈଠକ କଲେ ତାହା ସ୍ପଷ୍ଟ ହୋଇନଥିଲେ ବି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି I ଯେହେତୁ ବିଧାୟକ ନରସିଂହ ମିଶ୍ର ଆଉ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ଭରା ସଭାରେ ଘୋଷଣା କରିବା ସହ ପୁଅ ପାଇଁ ସମର୍ଥନ ଜୁଟାଇବାରେ ଲାଗିଛନ୍ତି I ଏପରିକି ସଦର ବ୍ଲକ, ଦେଓଗାଁରେ ବି ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ଯେ, ସମର୍ଥନ କଲେ ତାଙ୍କ ଠାରୁ ପୁଅ ଅଧିକ ସେବା କରିବ I ସେଇଥିପାଇଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସହ କବାଟ କିଳି ଏ ସମ୍ବନ୍ଧରେ ମିଟିଂ ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି I କଂଗ୍ରେସ ସମର୍ଥନରେ ଅଧ୍ୟକ୍ଷ ପଦବୀରେ ବସିଛନ୍ତି ବିଜେଡି ନେତା ଦୟାନିଧି ଖମାରି I

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ I ଏହାକୁ ନେଇ ବ୍ଳକ ବାହାରେ ରହିଥିବା ଉଭୟ ନେତାଙ୍କ ସମର୍ଥକ ମଧ୍ୟରେ ଭିନ୍ନ ଆଲୋଚନା ହୋଇଥିଲା। ଏପରିକି ବିଧାୟକ ବ୍ଳକ ଅଧ୍ୟକ୍ଷ କୋଠାକୁ ଯିବା ପ୍ରଥମ ବୋଲି କିଛି ସମର୍ଥକ କହୁଥିବା ବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ସେ ସମ୍ପର୍କରେ କଥାବାର୍ତ୍ତା ହୋଇଥାଇପାରେ I ଏଥିସହ ଦେଓଗାଁ ବ୍ଳକରେ ଖର୍ଚ୍ଚ ନ ହୋଇ ପଡ଼ି ରହିଥିବା ଟଙ୍କାକୁ କିଭଳି ଭାବେ ସଠିକ ବିନିଯୋଗ କରାଯିବ ସେନେଇ ଉପାୟ ପାଞ୍ଚୁଥିବା କର୍ମୀ ମହଲରେ ଆଲୋଚନା ହେଉଛି I କାରଣ ଯାହା ବି ହେଉ, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ବିଜେଡ଼ି ସମର୍ଥିତ ହୋଇଥିଲେ ବି ବିଧାୟକଙ୍କ ଆଶୀର୍ବାଦରେ ଅଧ୍ୟକ୍ଷ ହୋଇଥିବା କଥାକୁ କେହି ଅସ୍ୱୀକାର କରି ପାରିବେ ନାହିଁ I ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦେଓଗାଁ ସିଏଚସିରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଓ ବ୍ଳକ ଅଧ୍ୟକ୍ଷ ଯୋଗ ଦେଇଥିଲେ। ହେଲେ ସଭା ଶେଷ ହେବା ପରେ ବ୍ଳକ ଅଧ୍ୟକ୍ଷଙ୍କ ଚ୍ୟାମ୍ବରକୁ ବିଧାୟକ ଆସିବା ସବୁ ପୂର୍ବ ଯୋଜନା ମୁତାବକ ଆଲୋଚନା ବୋଲି ଅନୁମାନ କରାଯାଉଛି।

ଅନ୍ୟପଟେ ବ୍ଲକ ଅଧ୍ୟକ୍ଷ ଛକାପଞ୍ଝା ଭିତରେ ରହିଥିବାରୁ ତାଙ୍କ ଅକଳ ଗୁଡୁମ ହୋଇ ଯାଇଛି I ଖୋଦ୍ ବିଜେଡି ଦଳର ହୋଇଥିଲେ ବି ତାଙ୍କୁ ବିଜେଡି ଗୋଷ୍ଠୀର ସମର୍ଥନ ନାହିଁ I ତାଙ୍କ ପାଖରେ ହାତଗଣତି ସମିତିସଭ୍ଯ ଥିବାରୁ କଂଗ୍ରେସ ସମର୍ଥନରେ ଅଧ୍ୟକ୍ଷ ପଦ ହାତେଇଛନ୍ତି I ଟିକେ ଏପଟ ସେପଟ ହେଲେ ପଦବୀ ଯିବା ଥୟ I ତେଣୁ ପଦ ବଞ୍ଚାଇ ରଖିବାକୁ କଂଗ୍ରେସ ସହ ସାଲିସ୍ କରୁଥିବା ଜଣାପଡ଼ିଛି I ଏଠି ପ୍ରଶ୍ନ ଉଠୁଛି ଯେ, ଆଗାମୀ ସାଧାରଣ ନିର୍ବାଚନରେ ସେ କେଉଁ ଦଳକୁ ସମର୍ଥନ କରିବେ? ଯଦି ବିଜେଡି ଦଳକୁ ସମର୍ଥନ କରନ୍ତି ତାହେଲେ ଅଧ୍ୟକ୍ଷ ପଦବୀ ଯିବାର ଭୟ I ଅନ୍ୟପଟେ କଂଗ୍ରେସର ରୁଣ ଛୁଟିବାକୁ ସମର୍ଥନ କଲେ ବିଜେଡି ତାଙ୍କ ହାତ ଛାଡ଼ି ଦେଇପାରେ I ଏବେ ଅଧ୍ୟକ୍ଷଙ୍କ ଆସନ ନା ଘର କା ନା ଘାଟକା ବୋଲି ଚର୍ଚ୍ଚା ହେଉଛି I

Leave a Reply