ସାମ୍ବାଦିକ ଚିତ୍ରସେନ ବେହେରା ସମ୍ବର୍ଦ୍ଧିତ

ଓଡ଼ିଶା

ଏନ୍ଏନ୍ ବ୍ୟୁରୋ। ବରିଷ୍ଠ ସାମ୍ବାଦିକ ଚିତ୍ରସେନ ବେହେରା ସମ୍ବର୍ଦ୍ଧିତ। ପ୍ରେରଣା’ର ଚତୁର୍ଥ ପ୍ରତିଷ୍ଠା ଉତ୍ସବରେ ତାଙ୍କୁ ସମ୍ମାନୀତ କରାଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସାମ୍ବାଦିକ ଭବନଠାରେ ଆୟୋଜିତ ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସାଂସଦ ସଙ୍ଗୀତା ସିଂହଦେଓ ଓ ନିରଞ୍ଜନ ବିଶି। ପ୍ରେରଣା ନ୍ୟୁଜ ପୋର୍ଟାଲରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ସାମ୍ବାଦିକ ଚିତ୍ରସେନ ବେହେରା ସାମ୍ବାଦିକତା ସହ ସମାଜସେବା ଓ ଜଣେ ସୁସଂଗଠକ ଭାବେ ଜଣାଶୁଣା। ଦୀର୍ଘ ୬ ବର୍ଷ ହେଲା ସେ ସାମ୍ବାଦିକତା କରି ଆସୁଛନ୍ତି। ପ୍ରତିକାର ଖବର କାଗଜରୁ ସାମ୍ବାଦିକତା ଆରମ୍ଭ କରିଥିବା ଚିତ୍ରସେନ ପବ୍ଲିକ ଆପ ଓ ଏବେ ଦୈନିକ ଆଶା ଖବର କାଗଜରେ କାର୍ଯ୍ୟ କରୁଛନ୍ତି। ଏବେ ବରିଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଉଛନ୍ତି।

Leave a Reply