ତହଁକ୍ କୁଟୁମର ନୂଆଁଖାଇ ଭେଟ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ I ତହଁକ ସାହିତ୍ୟ କୁଟୁମ ବଲାଙ୍ଗିରର ନୂଆଁଖାଇ ଭେଟ୍ – ୨୦୧୩ ଅନୁଷ୍ଠିତ ହୋଇଯାଇଛି I ବରଗଡ଼ ଜିଲ୍ଲା ଆଗଲପୁର ପଞ୍ଚାୟତର କେବାଡ ଗାଁର ଅନନ୍ତ ବ୍ରତ କମିଟି ବନ୍ଧପଡା ପକ୍ଷରୁ ଧୁମଧାମରେ ପାଳିତ ହୋଇଛି I ଗଣେଶ୍ଵର ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ
ଦିଗାମ୍ବର ନାଏକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ନିରଞ୍ଜନ ପଣ୍ଡା, ପ୍ରୀତମ ଠାକୁର, ପଦ୍ମବାଗ ଯାଦବ ଯୋଗ ଦେଇଥିଲେ। ପ୍ରଥମ ଅଧିବେଶନରେ ସମ୍ପାଦକ ରାଜେଶ ଦଣ୍ଡସେନା ବିବରଣୀ ପଠନ କରିଥିବାବେଳେ ଅକୃର ବାଗ ସ୍ଵାଗତ ଭାଷଣ ଦେଇଥିଲେ l ଦିଲିପ ମିଶ୍ର ଅତିଥି ପରିଚୟ ପ୍ରଦାନ ଏବଂ ଅର୍ଜୁନ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏ ଅବସରରେ ସମାଜସେବୀ ଆଶୁତୋଷ ମେହେର ଓ ଅନନ୍ତ ବ୍ରତ କମିଟୀକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ଦ୍ଵିତୀୟ ଅଧିବେଶନରେ କବି ଶ୍ରୀୟାକାନ୍ତ ଦାଶଙ୍କ ସଭାପତିତ୍ବରେ ଏକ କବିତା ଆସର ଅୟୋଜିତ ହୋଇଥିଲା ।ପ୍ରବଚକ ଅଶୋକ ମିଶ୍ର, ବିଇଓ ନେପାଲ ବାଗ , ଦିବାକର ଯୋଶୀ, ଦୁର୍ବାଦଳ ମେହେର, ଦିଲୀପ ମିଶ୍ର, ଜଗଦୀଶ ଭୋଇ, ଉପଦେଷ୍ଟା ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଆଲ୍ଲାଦିନୀ ପାଣିଗ୍ରାହୀ ଦାଶ, ରବିଚନ୍ଦ୍ର ସାହୁ, କବିତା ମିଶ୍ର ଏବଂ ସବିତା ମହରା କବିତା ସଂଯୋଜନା କରିଥିଲେ। ଏଥିରେ ବଲାଙ୍ଗିର ଜିଲ୍ଲା ସମେତ ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର ଆଦି ଅଞ୍ଚଳର ଶତାଧିକ କବି କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମରେ ଅନନ୍ତ ବ୍ରତ କମିଟୀ ଏବଂ ତହଁକ୍ କୁଟୁମର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ କବି ଦୁର୍ବାଦଳ ଖେତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply