ପରୋପକାରୀ ମହିଳା ହିରଣ୍ୟମୟୀ ପ୍ରଧାନଙ୍କ ପରଲୋକ

ଓଡ଼ିଶା

ନବନୀତା ବ୍ୟୁରୋ। ପରୋପକାରୀ ମହିଳା ହିରଣ୍ୟମୟୀ ପ୍ରଧାନଙ୍କ ପରଲୋକ। ବିଲାଇସର୍ଡ଼ା ସମବାୟ ସମିତି ସଭାପତି ଉମେଶ ପ୍ରଧାନ, ପୁଇନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କ ମାତା ହିରଣ୍ୟମୟି ପ୍ରଧାନଙ୍କ ୮୬ ବର୍ଷ ବୟସରେ ବିୟୋଗ ଘଟିଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନରୁ ଘରେ ପଡ଼ି ରହିଥିଲେ। ହେଲେ ଗତକାଲି ରାତିରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ମୃତ୍ୟୁ ସମୟରେ ବଡ଼ ପୁଅ ଉମେଶ ପ୍ରଧାନ, ସାନ ପୁଅ ସରୋଜ କୁମାର ପ୍ରଧାନ, ପୁତ୍ର ବଧୂ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ଲୋକାପଡା ଗାଁ ଶ୍ମଶାନ ଘାଟରେ ଶେଷ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଉମେଶ ପ୍ରଧାନ ମୁଖାଗ୍ନୀ ଦେଇଥିଲେ।

ଜଣେ ମେଳାପି, ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଭାବେ ବେଶ ଜଣାଶୁଣା ହିରଣ୍ୟମୟି ପ୍ରଧାନ । ତେଣୁ ତାଙ୍କ ବିୟୋଗ ଖବର ପାଇ ଗାଁ ତଥା ଆଖପାଖ ଅଞ୍ଚଳର ବହୁ ଲୋକ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ। ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ, ଚିଣ୍ଟୁ ପଣ୍ଡା, ସ୍ବେଛାସେବୀ ସୋମନାଥ ମିଶ୍ର,
ଯୁବ ନେତା ଭରତ ଭୂଷଣ ପ୍ରଧାନଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳି ଯାଇଛି।