କୋଚ୍ ଶାସ୍ତ୍ରୀଙ୍କ ବଡ଼ ଖୁଲାସା, ଖୁବ୍ ଶୀଘ୍ର ଦିନିକିଆରୁ ସନ୍ନ୍ୟାସ ନେଇପାରନ୍ତି ଧୋନୀ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ, ଧୋନୀ ଟେଷ୍ଟ କ୍ରିକେଟରୁ ପୂର୍ବରୁ ସନ୍ନ୍ୟାସ ନେଇ ସାରିଛନ୍ତି ଏବଂ ଏବେ ଖୁବ୍ ଶୀଘ୍ର ଦିନିକିଆ କ୍ରିକେଟକୁ ମଧ୍ୟ ଅଲବିଦା କହି ପାରନ୍ତି।

ଶାସ୍ତ୍ରୀ ସିଏନ୍ଏନ୍ ନ୍ୟୁଜ୍ ୧୮ ସହ କଥାବାର୍ତ୍ତା ବେଳେ ଏଭଳି କହିଛନ୍ତି। ସେ ସାକ୍ଷାତକାରରେ ଏଭଳି ସଂକେତ ଦେଇଛନ୍ତି ଯେ ଧୋନୀ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିପାରନ୍ତି। ଧୋନୀ ଡିସେମ୍ବର ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି। ମୋତେ ଲାଗୁଛି କି ତାଙ୍କ ବୟସ ହିସାବରେ କେବଳ ଟି ୨୦ ଖେଳିବା ଜାରି ରଖିବେ।

ସୂଚନା ଅନୁସାରେ ଧୋନୀ ଶେଷ ଦିନିକିଆ ମ୍ୟାଚ୍ ୨୦୨୯ ବିଶ୍ଵକପ୍ ସେମି ଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଏହାପରେ ଧୋନୀ କ୍ରିକେଟରୁ ଦୂରେଇ ଯାଇଛନ୍ତି। ଯେଉଁଥି ପାଇଁ ବାରମ୍ବାର ଚର୍ଚ୍ଚା ହେଉଛି କି ଧୋନୀ ଜଲଦି ଦିନିକିଆ କ୍ରିକେଟରୁ ମଧ୍ୟ ସନ୍ନ୍ୟାସ ନେଇ ପାରନ୍ତି।