ବିହାରରେ ସ୍କୁଲରୁ ଫେରୁଥିବା ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ସନ୍ଦିଗ୍ଧ ଗିରଫ, ପୀଡ଼ିତା ନାବାଳିକାଙ୍କ ଅବସ୍ଥା ଗୁରୁତର, ପୋଲିସର ଛାନଭିନ

ଅପରାଧଦେଶ ଓ ବିଦେଶବଡ଼ ଖବର

ଦିଲ୍ଲୀ/ଭୁବନେଶ୍ୱର, ନବନୀତା ବ୍ୟୁରୋ: ବିହାରରେ ଲଜ୍ଜା । ସାରଣ ଜିଲ୍ଲାରେ ସ୍କୁଲରୁ ଫେରୁଥିବା ବେଳେ ଜଣେ ୧୭ ବର୍ଷିୟ ନାବାଳିକାକୁ ୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ କହିବା ଅନୁସାରେ, ନାବାଳିକା ଜଣକ ସାଇକେଲର ଘରକୁ ଫେୁରଥିବା ବେଳେ ଏହି ଘଟଣା ଘଟିଛି । ଘଟଣାରେ ପୋଲି ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ହେଲେ ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି ।
ଏସପି ହରିକିଶୋର ରାୟଙ୍କ କହିବା ଅନୁସାରେ, ଶୁକ୍ରବାର ନାବାଳିକା ଜଣକ ସାଇକେଲର ଝରକୁ ଫେରୁଥିଲେ । ଏ ସମୟରେ ୩ ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇବା ସହ ଜବରଦସ୍ତ ଗାଡ଼ିରେ ବସାଇ ନେଇ ଯାଇଥିଲେ । ସେଠାରୁ କିଛି କିଲୋମିଟର ଦୂର ବସନ୍ତ ରୋଡ ପରେ ପୀଡ଼ିତାଙ୍କୁ ଗାଡିରୁ ଫିଙ୍ଗି ଦେଇଥିଲେ । ଘଟଣାରେ ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।
ଘଟଣାରେ ଜଣେ ପୋଲିସ କର୍ମଚାରୀ ନିଜ ଗୋପନ ରଖିବା ଶର୍ତ୍ତ କରି କହିଛନ୍ତି, ଅଭିଯୁକ୍ତ ଆଇ ଟେନ୍ ଗାଡ଼ିରେ ଥିଲେ । ସେମାନେ ନାବାଳିକାକୁ ଅଟକାଇବା ସହ ଟାଣି ଗାଡ଼ିରେ ନେଇ ଯାଇଥିଲେ । ଏବଂ ଘଂଟାଏରୁ ଅଧିକ ସମୟ ପରେ ତାଙ୍କୁ ଛାଡ଼ି ଦେଇଥିଲେ । ଘଟଣା ଯେଉଁଠି ଘଟିଥିଲା ସେଠାରୁ ପୀଡିତାଙ୍କ ଘର ମାତ୍ର ୪ରୁ ୫ କିଲୋମିଟର ଦୂର । ନାବାଳିକାକୁ ଗାଡିରୁ ବାହାରକୁ ଫିଙ୍ଗା ଯିବା ପରେ ଏନେଇ ଜଣେ ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ ।
ଏନେଇ ଏସପି କହିଛନ୍ତି, ଏବେ ଘଟଣାର ତଦନ୍ତ ଚାଲିଛି । ଏବଂ ପୀଡ଼ିତାଙ୍କ ଚିକିତ୍ସା ଲାଗି ମେଡ଼ିକାଲକୁ ପଠାଯାଇଛି । ହେଲେ ଗାଡିରେ ୫ ଜଣ ଲୋକ ଥିବା କୁହାଯାଉଛି । ସେ ମଧ୍ୟରୁ ନାବାଳିକାକୁ ୩ ଜଣ ଦୁଷ୍କର୍ମ କରିଥିବା ଜଣାପଡିଛି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା ପୋଲିସ କହିଛି ।…