ବଲାଙ୍ଗିର ପୌର ପ୍ରଶାସନକୁ N95 ମାସ୍କ ପ୍ରଦାନ କଲା ପଲ୍ଲୀ ଆଲୋକ ପାଠାଗାର

ଓଡ଼ିଶାବଡ଼ ଖବର

ଏନ୍ଏନ ବ୍ୟୁରୋ। ସଂପ୍ରତି ବଢୁଥିବା କୋରୋନାର ସଂକ୍ରମଣକୁ ରୋକିବାକୁ ଜରୁରୀ। ସବୁବେଳେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା। କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯେଉଁମାନେ ଆଗରେ ଠିଆ ହୋଇ ସମାଜର ସୁରକ୍ଷାରେ ନିଜକୁ ସମର୍ପିତ କରିଛନ୍ତି, ସେମାନେ କୋରୋନା ଯୋଦ୍ଧା। ସେଇ କୋରୋନା ଯୁଦ୍ଧର ଆଗୁଆ ସେନାନୀ ବଲାଙ୍ଗୀର ପୌରାଞ୍ଚଳରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ, ତଦାରଖ କାରୀ, ସ୍ବଚ୍ଛ ସାଥୀ ଓ ସୁପରଭାଇଜର ତଥା ପୌର କର୍ମଚାରୀମାନଙ୍କୁ କୋଭିଡ ମୁକାବିଲା ପାଇଁ ଉନ୍ନତମାନର N95 ମାସ୍କ ବ୍ୟବହାର କରିବାକୁ ଯୋଗାଇ ଦେଇଛନ୍ତି ବଲାଙ୍ଗୀରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନଅଗାଁର ପଲ୍ଲୀଆଲୋକ ପାଠାଗାର। ବୁଧବାର ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଭେଟି ପଲ୍ଲୀ ଆଲୋକ ପାଠାଗାରର ସଂପାଦକ ପ୍ରଶାନ୍ତ ନାୟକ, କାର୍ଯ୍ୟକ୍ରମ ସଂଯୋଜକ ହୀରାଲାଲ ମିଶ୍ର ଓ ଭାଗିରଥି ସାହୁ ୪୦୦ N95 ଓ ୬୦୦ ସର୍ଜିକାଲ ମାସ୍କ ପ୍ରଦାନ କରିଛନ୍ତି।

ତେବେ କୋଭିଡ ମୁକାବିଲା କ୍ଷେତ୍ରରେ ଏହି ମାସ୍କ ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦୀପ କହିଛନ୍ତି। ଅନ୍ୟପଟେ ପଲ୍ଲୀ ଆଲୋକ ପାଠାଗାରର ସଂପାଦକ ପ୍ରଶାନ୍ତ ନାୟକ କହିଛନ୍ତି ଯେ, ଗତ କୋଭିଡ ସମୟରୁ ଏଯାବତ ସେମାନେ କପଡା ମାସ୍କ ବଣ୍ଟନ କରିଛନ୍ତି। ତାସହ ଅନାଥ ତଥା ଘରେ ରହି ଯାଇଥିବା ଦାଦନ ଶ୍ରମିକଙ୍କ ସନ୍ତାନମାନଙ୍କୁ ସେମାନେ ପୁଷ୍ଟିକର ଖାଦ୍ୟ ଉପାଦାନ ସହ ରାସନ ସାମଗ୍ରୀ ସାହାଯ୍ୟ କରି ଆସିଛନ୍ତି। ହେଲେ ପୌର ପ୍ରଶାସନ ଚାହିଁଲେ ସେମାନେ ଆହୁରି ମଧ୍ୟ କୋଭିଡ ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବେ ବୋଲି ପାଠାଗାରର ସଂପାଦକ କହିଛନ୍ତି।

Leave a Reply