ସ୍ବର୍ଗତ ବିପିନ ବିହାରୀ ଯୋଷୀଙ୍କ ବିୟୋଗରେ ଶୋକସଭା

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ମେଣ୍ଡା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ଯୋଷୀଙ୍କ ବିୟୋଗରେ ଶୋକସଭା। ବଲାଙ୍ଗିର କଲେଜ ଛକ ସ୍ଥିତ ସରୋଜିନୀ ରେସିଡେନ୍ସିଠାରେ ପୁରାତନ ଛାତ୍ର ପକ୍ଷରୁ ଏକ ଶୋକସଭା କରାଯାଇଥିଲା। ଶିକ୍ଷକ ଭାବେ ସ୍ବର୍ଗତ ଯୋଷୀ ଜଣେ ସ୍ଵୟଂସଂପୂର୍ଣ୍ଣ ମଣିଷ ଥିଲେ। ମେଣ୍ଡା ଅଞ୍ଚଳରେ ଶିକ୍ଷାର ବିକାଶ, ସାଂସ୍କୃତିକ ଓ କ୍ରୀଡାର ବିକାଶରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ବୋଲି ପୁରାତନ ଛାତ୍ରମାନେ ମତବ୍ୟକ୍ତ କରିଥିଲେ। ମେଣ୍ଡା ଅଞ୍ଚଳର ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ଶୋକସଭାରେ କୃପାସିନ୍ଧୁ ପାଢ଼ୀ, ଅଶୋକ ପାଢ଼ୀ, ଆଦିକନ୍ଦ ସ୍ୱାଇଁ, ଦେବେନ୍ଦ୍ର ପାଣିଗ୍ରାହୀ, ରମେଶ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝଙ୍କାର, ଆଶୁତୋଷ ପାଣିଗ୍ରାହୀ, ଶିବନାରାୟଣ ଟାଲି, ଦେବେଶ ତ୍ରିପାଠୀ, ରାଜେନ୍ଦ୍ର ନାଏକ୍ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ।

Leave a Reply