କରୋନା ସଂକ୍ରମଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନରସିଂହ

ଓଡ଼ିଶାବଡ଼ ଖବରରାଜନୀତି

ଏନଏନ୍ ବ୍ୟୁରୋ । କରୋନା ସଂକ୍ରମଣକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରିଠାରୁ ଅଧିକ ମାରାତ୍ମକ । ଦୁର୍ଭାଗ୍ୟର ବିଷୟ, ମୋଦୀ ନେତୃତ୍ୱାଧିନ କେନ୍ଦ୍ର ସରକାର କରୋନା ମହାମାରୀ ସଂକ୍ରମଣକୁ ରୋକିବାରେ ସଂପୁର୍ଣ୍ଣ ଫେଲ ମାରିଛି । ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣ ଯେପରି ନ ବଢିବ, ଲୋକେ ଯେପରି ଏହାର ସଂକ୍ରମଣ ଦାଉରୁ ରକ୍ଷା ପାଇବେ ସେ ଉପରେ ପଦକ୍ଷେପ ନନେଇ ସେ କେବଳ ହୀନ ରାଜନୀତିରେ ବ୍ୟସ୍ତ ଅଛନ୍ତି । କରୋନା ସଂକ୍ରମଣକୁ ଅଣଦେଖା କରି ସେ ପଶ୍ଚିମବଙ୍ଗ ନିର୍ବାଚନରେ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି । ଫଳରେ ଏହାର କୁପ୍ରଭାବ ସାରା ଦେଶରେ କରୋନା ଲଢେଇ ଉପରେ ପଡୁଛି ।
ଏପଟେ ଓଡିଶାରେ ଏବେ ଔଷଧ, ଅକ୍ସିଜେନ ସିଲିଣ୍ଡର, ଆମ୍ବୁଲାନ୍ସ, ହସପିଟାଲ ବେଡ ତଥା କରୋନା ଟୀକାର ମଧ୍ୟ ଘୋର ଅଭାବ ଦେଖା ଦେଇଛି । ଏହାକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ ଅଣଦେଖା କରୁଛନ୍ତି । ଏପରିକି ସବୁଠାରୁୁ ବେଶି ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ଫୋନକୁ ମଧ୍ୟ ଗ୍ରହଣ କରୁି ନାହାନ୍ତି । ଏପରି ସ୍ଥଳେ ସଂକ୍ରମଣରେ ଲକ୍ଷ ଲକ୍ଷ ଲେକଙ୍କ ଜୀବନହାନୀ ପାଇଁ ମୋଦୀ ସରକାର ଦାୟୀ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହିପରି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଆମ ରାଜ୍ୟ ସରକାର ଚୁପ ହୋଇ ବସିଯିବା ଠିକ ନୁହଁ । ରାଜ୍ୟରେ ମଧ୍ୟ ସରକାର ସମସ୍ତ ଶକ୍ତି ଖଟାଇ ଲୋକଙ୍କ ଜୀବନ ରକ୍ଷା ପାଇଁ କରୋନା ସଂକ୍ରମଣ ବିରୁଦ୍ଧରେ ଠୋସ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ନରସିଂହ ମିଶ୍ର । ହେଲେ ଲୋକେ ଯେମିତି ଠିକ ସମୟରେ ଔଷଧ, ଟୀକା ଓ ସେବା ପାଇ ପାରିବେ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ । ଏଥିସହ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ପରୀକ୍ଷା କରି ସେମାନଙ୍କ ସହିତ ରାଜ୍ୟବାସୀଙ୍କୁ ମଧ୍ୟ ସୁରକ୍ଷିତ କରିବା ନିହାତି ଜରୁରୀ ବୋଲି ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।

Leave a Reply