କୋଭିଡ ସଂକ୍ରମଣରେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟରଙ୍କ ମୃତ୍ଯୁ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। କୋରନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଲେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ପ୍ରଦୀପ କୁମାର ମହାନ୍ତି (୫୩) । ଇଷ୍ଟକୋଷ୍ଟ ରେଳବାଇର କେନ୍ଦୁଝର ରେଳଷ୍ଟେସନରେ ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ଭାବେ କାମ କରୁଥିଲେ ପ୍ରଦୀପ ମହାନ୍ତି । ୨୦ ଦିନ ଧରି ସେ ଭୁବନେଶ୍ୱର ସ୍ଥିତ ସମ ଅଲଟିମେଟରେ ଚିକିତ୍ସିତ ହେଉଥିଲେ। ଗତ ବୁଧବାର ୧୨ ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଛି। କେନ୍ଦୁଝରରେ ସ୍ତ୍ରୀ ଓ ୨ ଝିଅଙ୍କ ସହିତ ରହୁଥିଲେ। ପ୍ରଦୀପ ମହାନ୍ତି ପ୍ରଥମେ କେନ୍ଦୁଝରରୁ କୋଭିଡ ପଜେଡିଭ ଚିହ୍ନଟ ହେବା ପରେ ତାଙ୍କ କେନ୍ଦୁଝର ଘରେ ରହି ଚିକିତ୍ସତି ହେଉଥିଲେ। ସେଠାରେ ଅଧିତ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲର ସମ ଅଲଟିମେଟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ୨୦ ଦିନ ଧରି ପ୍ରଦୀପ ମହାନ୍ତି ସମ ଅଲଟିମେଟର ଆଇସିୟୁରେ ଚିକିତ୍ସିତ ହେଉଥିଲେ।

କଟକ ଚାଉଳିଆଗଞ୍ଜ ସ୍ଥିତ ଅପର୍ଣ୍ଣାନଗରରେ ପ୍ରଦୀପ କୁମାର ମହାନ୍ତିଙ୍କ ପୈତୃକ ଘର। ପୂର୍ବତନ ପୋଲିସ ଡିଏସପି କୈଳାସ ଚନ୍ଦ୍ର ମହାନ୍ତିଙ୍କ ଦ୍ୱିତୀୟ ପୁତ୍ର ହେଉଛନ୍ତି ପ୍ରଦୀପ ମହାନ୍ତି। ପ୍ରଦୀପଙ୍କ ମୃତ୍ଯୁ ଖବର କଟକ ଅପର୍ଣ୍ଣାନଗର ଓ ତାଙ୍କ ଗାଁ ଜଗତସିଂହପୁର ଜିଲ୍ଲାର ତରାସାହି ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ପ୍ରଦୀପଙ୍କ ମୃତ୍ଯୁରେ ତାଙ୍କ ବୃଦ୍ଧ ପିତାମାତା , ତାଙ୍କ ସ୍ତ୍ରୀ , ଦୁଇ ଝିଅ , ବଡ ଭାଇ , ଭାଉଜ , ଦାଦା , ଖୁଡି , ଆତ୍ମୀୟ ସ୍ୱଜନ , ବନ୍ଧୁବାନ୍ଧବ ଓ ସହକର୍ମୀମାନଙ୍କୁ ଅତ୍ୟନ୍ତଭାବେ ମର୍ମାହତ କରିଛି।

Leave a Reply