ନବନୀତା ବ୍ୟୁରୋ। ଯୁବ ବିଜେଡ଼ି ନେତା ତଥା ଯୁବ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ନିହାର ବେହେରା ୩୬ତମ ଜନ୍ମ ଦିନ ପାଳନ କରିଛନ୍ତି। ତେବେ ତାଙ୍କ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ପୁଇନ୍ତଲା ବ୍ଲକ ଯୁବା ମଞ୍ଚ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଛତାପିପଲ୍ ପଞ୍ଚାୟତ କୁରେଭନାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ନିହାର ବେହେରା ଯୋଗ ଦେଇ ନିଜେ ରକ୍ତଦାନ କରିବା ସହ ସ୍ଵେଚ୍ଛାକୃତ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ତାସହ ମହାମାରୀ କରୋନା ଭୂତାଣୁଠାରୁ ସତର୍କ ରହିବା ପାଇଁ ଉପଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ଯେପରି ରକ୍ତର ଅଭାଵ ନ ରୁହେ ତାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେଣୁ
ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ୩୬ତମ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର କରି ମୋଟ
୫୫ ୟୁନିଟ ରକ୍ତ ସଂଗହ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ଥାନାର IIC ଯୋଗ ଦେଇଥିଲେ। ଏଥିସହ ନିହାର ରଞ୍ଜନ ବେହେରା, ସୋମନାଥ ମିଶ୍ର, ପ୍ରମୋଦ ପତ୍ର ,ନାଏବ ସରପଞ୍ଚ ଜଗନ୍ନାଥ ସେଠି ଓ ପୁଇଁତଲା ବ୍ଲକର ଯୁବ ସଭାପତି ବିଷ୍ଣୁ ପଟେଲ, ପୁଇଁତଲା ଯୁବା ମଞ୍ଚର ପତିନିଧି ହେମନ୍ତ ଛୁରିଆ, ସିର ପଧାନ, ପ୍ରେମରାଜ ପଧାନ, ଅରୁଣ ନାୟକ,କୁନାଲ ସରକାର, ଆଶିଷ ନାୟକଙ୍କ ବହୁ ସଦସ୍ୟ ଯୋଗ ଦେଇଥିଲେ।
