ଭୀମପାହାଡ଼ ମହୋତ୍ସବରେ ସାମିଲ ହେବେ ମନ୍ତ୍ରୀ ସୁଶାନ୍ତ ସିଂ

ଖେଳରାଜନୀତିସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ଆଜି ସରିବ ବଲାଙ୍ଗିର ଭୀମଡୁଙ୍ଗୁରିରେ ଚାଲିଥିବା ତିନି ଦିନିଆ ଭୀମପାହାଡ଼ ମହୋତ୍ସବ। ଉଦଯାପନୀ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତାସହ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, କଣ୍ଟାମାଳ ବିଧାୟକ ମହିଧର ରଣା ଓ ରାଜ୍ୟ ପରିଷଦ ସଦସ୍ୟ ଅର୍କେଶ ନାରାୟଣ ସିଂହଦେଓ ଯୋଗ ଦେବାକୁ ସ୍ଥିରୀକୃତ ହୋଇଛି।

ଭୀମପାହାଡ଼ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବର ଉଦଘାଟନୀ ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅନାମିକା ହୋତାଙ୍କ ସହ ବିଶିଷ୍ଟ ବ୍ୟକ୍ତି ମଞ୍ଚାସୀନ ଥିଲେ। ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପ୍ରଶାସନିକ ଅଧିକାରୀ ଅତିଥି ହୋଇଥିଲେ। ସାଂସ୍କୃତିକ ସଭା ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ବିଚିତ୍ରା। ଆଞ୍ଚଳିକ ସହ ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ଗୀତରେ ଦୁଳୁକି ଉଠିଥିଲା ଭୀମପାହାଡ଼ ପାଦଦେଶ। ଏହି ମନ ମତାନିଆ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଦେଖଣାହାରୀ।

Leave a Reply