ଏନ୍ଏନ୍ ବ୍ୟୁରୋ I ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ପୁତୁରା ଘରେ ଆଇଟି ରେଡ୍ l ନରସିଂହଙ୍କ ପୁତୁରା ତଥା ସୁପର କ୍ଲାସ କଣ୍ଟ୍ରାକ୍ଟର ରାହୁଲ ମିଶ୍ରଙ୍କ ଘରେ ଛାପା ମାରିଛି ଆଇଟି I ଛତାମଖନାର ପୈତୃକ ଘର, ବଲାଙ୍ଗିର ପେଲେସଲେନ କୋଶଳ ଟାୱାର ସ୍ଥିତ ଅଫିସରେ ଆଇଟି ଚଢ଼ାଉ କରିଛି I କୋଶଳ ଟାୱାର ତଳେ ପୋଲିସ ଜଗି ଥିବା ବେଳେ ଅଫିସ ଭିତରେ ଆର୍ଥିକ କାରବାର ଉପରେ ଯାଂଚ ଚାଲିଛି I ତା ସହିତ ରାହୁଲ ମିଶ୍ରଙ୍କ ଭାଲିଆମୁଣ୍ଡାରେ ଥିବା କ୍ରସର୍ ଓ ଦେଓଗାଁ ଅଞ୍ଚଳରେ ଥିବା ଦୁଇଟି କ୍ରସର୍ ଉପରେ ମଧ୍ୟ ଆଇଟି ଅଧିକାରୀ ଚଢାଉ କରିଥିବା ଜଣା ପଡିଛି I ଏଥିସହ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡାର ଦୁଇ ଠିକାଦାରଙ୍କ ଘର ଓ ଅଫିସରେ ବି ଆଇଟି ରେଡ୍ କରାଯାଇଛି I ହେଲେ ଚଢାଉର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆୟକର ଫାଙ୍କିବା ଅଭିଯୋଗରେ ରେଡ୍ ହୋଇଥିବା ଜଣାପଡିଛି I
ଆଜି ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ଭାଇ ବ୍ରଜ କିଶୋର ଦାସଙ୍କ ଘରେ ଆଇଟି ରେଡ୍ କରିଛି । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘର ବ୍ରଜଙ୍କ ଘର, ଅଫିସ୍ରେ ଚଢ଼ାଉ କରିଛି ଆୟକର ବିଭାଗ I ବ୍ରଜ ଦାସଙ୍କ ସହ ରାଜ୍ୟର 40ରୁ ଅଧିକ ଜାଗାରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି । ଏପଟେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ପୁତୁରା ଘରେ ବଲାଙ୍ଗିରରେ ବି ଆଇଟି ରେଡ୍ କରିଛି I ଛତାମଖନାର ପୈତୃକ ଘର, କୋଶଳ ଟାୱାର ସ୍ଥିତ ଘର ଓ ଭାଲିଆମୁଣ୍ଡାରେ ଥିବା କ୍ରସର୍ ୟୁନିଟ୍ ଉପରେ ଆୟକର ବିଭାଗ ଚଢାଉ କରିଛି I ଏଥିସହ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡାରେ ମଧ୍ଯ ଆଇଟି ରେଡ୍ ହୋଇଥିବା ଜଣାପଡିଛି I କଣ୍ଟାବାଞ୍ଜି ସହରରେ ଥିବା ଠିକାଦାର ପୃଥିରାଜ ପାତ୍ରଙ୍କ ଘର ଓ ଅଫିସରେ ଚଢ଼ାଉ କରାଯାଇଛି I କଣ୍ଟାବାଞ୍ଜିର ଜଗଦୀପ ବଂସଲଙ୍କ କ୍ରସରରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି I ସେହିପରି ବଙ୍ଗୋମୁଣ୍ଡା ଗାଁରେ ଠିକାଦାର କିଶନଲାଲ ଅଗ୍ରୱାଲଙ୍କ ଘର ଓ ଅଫିସରେ ଚଢାଉ କରିଛି ଆୟକର ବିଭାଗ I ତେବେ ଆୟକର ବିଭାଗର ଚଢ଼ାଉ ନେଇ ରାହୁଲ ମିଶ୍ର କିମ୍ବା ପରିବାର ସଦସ୍ୟଙ୍କ କାହାରି ପ୍ରତିକ୍ରିୟା ମିଳି ପାରିନି ।
