ନବନୀତା ବ୍ୟୁରୋ। ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀଙ୍କ ଫିଲ୍ମ୍ ସିମଲା ମିର୍ଚି ର ଟ୍ରେଲର ରିଲିଜ୍ ହୋଇଛି। ସିନେମାରେ ରୋଚକ କାହାଣୀ ଦେଖିବାକୁ ମିଳୁଥିବା ବେଳେ ଟ୍ରେଲର ଦେଖି ନ ହସି ରହି ପାରିବେ ନାହିଁ। ହେମା ମାଳିନୀଙ୍କ ସହ ଫିଲ୍ମରେ ରାଜକୁମାର ରାଓ, ରକୁଲ୍ ପ୍ରିତ୍ ସିଂହ ଓ ଶକ୍ତି କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ସିପି। ହେଲେ ସିନେମାରେ ଟ୍ରେଲର ସମସ୍ତଙ୍କୁ ପସନ୍ଦ ଆସିଛି। ଫିଲ୍ମର କାହାଣୀ ରାଜକୁମାର ରାଓଙ୍କ ହୋଇଥିବା ବେଳେ ରକୁଲ୍ ପ୍ରୀତ୍ ସିଂହଙ୍କ ଲାଗି ପ୍ରେମ ପତ୍ର ଲେଖିଥାନ୍ତି। ହେଲେ ଏହି ପ୍ରେମପତ୍ର ରକୁଲଙ୍କ ମା ହାତରେ ପଡେ। ଏହିପରି ଭାବରେ ହେମା ମାଳିନୀ ତାଙ୍କ ପୁଅର ବୟ ଫ୍ରେଣ୍ଡ୍ ତଥା ରାଜକୁମାର ରାଓଙ୍କ ସହ ପ୍ରେମ ହୁଏ। ଏହିପରି ଭାବେ ଫିଲ୍ମର କାହାଣୀ ବହୁତ୍ ରୋଚକ ରହିଛି।
ହେମା ମାଳିନୀଙ୍କ ଫିଲ୍ମ ଶିମଲା ମୀର୍ଚି ୩ ଜାନୁଆରୀରେ ରିଲିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ହେଲେ ସିନେମାର ଟ୍ରେଲର ବହୁତ୍ ରୋଚକ ରହିଛି। ହେମା ମାଳିନୀଙ୍କୁ ଦୀର୍ଘ ସମୟ ପରେ ହିନ୍ଦୀ ଫିଲ୍ମରେ ଦେଖିବାକୁ ମିଳିବ। ତେବେ ହେମା ମାଳିନୀ ଏହି ଫିଲ୍ମରେ କମାଲ ଅଭିନୟ କରିଥିବା ଦେଖିବାକୁ ମିଳିଛି। ହେମା ମାଳିନୀ ୨୦୨୦ ରେ ରିଲିଜ୍ ହେବାକୁ ଥିବା ତାମିଲ ଫିଲ୍ମ୍ ବଳୀମାଇ ସୁପରଷ୍ଟାର ଅଜିତ୍ କୁମାରଙ୍କ ମା ଭୂମିକା ନିଭାଇବେ।
ଯଦି ରାଜକୁମାରଙ୍କ କଥା କହିବା ତାହେଲେ ତାଙ୍କ ଫିଲ୍ମ୍ ମେଡ୍ ଇନ୍ ଚାଇନା ରିଲିଜ୍ ହୋଇଥିଲା। ଫିଲ୍ମ୍ ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରିନଥିଲା। ରାଜକୁମାର ରାଓଙ୍କ ଆଗାମୀ ସିନେମା ଛଲାଙ୍ଗ ଆସୁଛି ଯେଉଁଥିରେ ହଂସଲ୍ ମେହତା ନିର୍ଦ୍ଦେଶନା ଦେଇଛନ୍ତି। କିନ୍ତୁ ଶିମଲା ମିର୍ଚୀ ର ଟ୍ରେଲର ବି ଦର୍ଶକଙ୍କ ମନକୁ ଛୁଇଁଛି।
