ଡବ୍ଲିନ ଜୁରେ ଶିଶୁକୁ ଶିକାର ଭାବି ଆକ୍ରମଣ କଲା ବାଘ, ଦେଖନ୍ତୁ ଭିଡିଓ

ଦେଶ ଓ ବିଦେଶବଡ଼ ଖବରସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ସମଗ୍ର ବିଶ୍ଵର ଚିଡିଆଖନାରେ କେବେ ନା କେବେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆୟରଲ୍ୟାଣ୍ଡର ଡବ୍ଲିନ ଚିଡ଼ିଆଖାନାରେ। ଏଠାରେ ଗୋଟିଏ ବସରେ ଅନେକ ଲୋକ ବସି ଜୀବଜନ୍ତୁଙ୍କୁ ଦେଖିବା ପାଇଁ ପହଞ୍ଚି ଥିଲେ। ଏ ଅବସରରେ ଶାନ୍ ନାମକ ଏକ ଛୋଟ ଶିଶୁ ବସର କାଚ ପଟକୁ ପଛ କରି ଠିଆ ହୋଇଥିଲା। ତା ପଛରେ ଜଙ୍ଗଲରେ ବାଘ ଦେଖିବାକୁ ମିଳିଥିଲା। ଉତ୍ସୁକତାର ସହ ପରିବାର ଲୋକେ ଶିଶୁକୁ ଫୋକସ କରି ବାଘ ସହ ଫଟୋ ଉଥାଉଥିଲେ। ହେଲେ ଏତିକି ବେଳେ ବାଘ ଦୃତ ଗତିରେ ଆସି ଶିଶୁ ଉପରକୁ ଛଳାଙ୍ଗ ଲଗାଇଥିଲା ହେଲେ ଉଭୟଙ୍କ ମଝିରେ କାଚ ଥିବା କାରଣରୁ ଶିଶୁଟି ବର୍ତ୍ତି ଯାଇଥିଲା।

ଯେତେବେଳେ ବାଘ ଜଙ୍ଗଲରୁ ଦୃତ ଗତିରେ ବସ୍ ଆଡକୁ ଧାଉଁଥିବା ଦେଖି ବସରେ ବସିଥିବା ପରିବାର ଲୋକେ ଭୟଭୀତ ହୋଇ ଯାଇଥିଲେ। ବସରେ ଛୋଟ ଶିଶୁକୁ ଦେଖି ବାଘ ଏକ ଶିକାର ମିଳିଗଲା ଭାବି ଆକ୍ରମଣ କରିଥିଲା, ହେଲେ ତାହା ଭୁଲ୍ ପ୍ରମାଣିତ ହୋଇଥିଲା। କାରଣ ବାଘ ଯେତେବେଳେ ଆକ୍ରମଣ କରେ ସେତେବେଳେ ବସରେ ଲାଗିଥିବା ମୋଟା କାଚରେ ବାଡେଇ ହୋଇଥାଏ। ତାର ମୁହଁ ବି କାଚ ଉପରେ ପିଟି ହୋଇଥାଏ, ତାପରେ ସେ ପଞ୍ଜାରେ କାଚ ଉପରେ ନଖରେ ରାମ୍ପୁଡି ଥାଏ। ଫଳରେ ସେ ନିଜ ଶିକାରକୁ କାବୁ କରିପାରେ।

ଶାନର ପଛପଟେ ବାଘ ଥିବା ଦେଖି ବସରେ ଥିବା ଲୋକେ ଭିଡିଓ ସୁଟ କରୁଥିଲେ। ଶାନର ମା ରୋବ ସି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ମୋ ପୁଅ ଡବ୍ଲିନ ଜୁକୁ ବୁଲିବାକୁ ଯାଇଥିଲା।ଯଦି ବସର କାଚ ନ ଥାନ୍ତା ତାହେଲେ ବାଘର ଶିକାର ହୋଇଯାଇ ଥାନ୍ତା ବୋଲି ଶାନର ମା ଟୁଇଟରରେ ଲେଖିଛନ୍ତି।

Leave a Reply