କଜାକିସ୍ତାନରେ ବିମାନ ଦୁର୍ଘଟଣା, ୧୪ ମୃତ୍ୟୁ ସୂଚନା, କାରଣ ଅସ୍ପଷ୍ଟ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। କଜାକିସ୍ତାନରେ ବିମାନ ଦୁର୍ଘଟଣା। ଏବେ ଯାଏ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କଜାକିସ୍ତାନରେ ଶହେ ଯାତ୍ରୀଙ୍କୁ ଧରି ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମାଚାର ସଂସ୍ଥା ରୟଟର ଅନୁସାରେ ଅଲମାଟି ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଉଡାଣ ସମୟରେ ବିମାନଟି ଦୁର୍ଘଟଣା ହୋଇଛି। ବିମାନ ଏକ କୋଠା ଘରେ ପିଟି ହୋଇ ଭାଗ ଭାଗ ହୋଇ ଭାଙ୍ଗି ଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ବିମାନରେ ୯୫ ଯାତ୍ରୀ ଓ ପାଞ୍ଚ କ୍ରୁ ମେମ୍ବର ଥିଲେ। ହେଲେ ଏଯାଏ ବିମାନ ଦୁର୍ଘଟଣାର କାରଣ ଜଣା ପଡି ନାହିଁ।

ସମାଚାର ସଂସ୍ଥା ଏପି ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ଅନୁସାରେ ସକାଳର ୭.୦୫ ଟାରେ ଆଲମାଟି ବିମାନ ବନ୍ଦରରେ ଉଡାଣର କିଛି ସମୟ ପରେ ବିମାନ ୨୧୦୦ ସହ ସମ୍ପର୍କ ଛିନ୍ନ ହୋଇଥିଲା। ବିମାନ ବନ୍ଦର ଅଧିକାରୀଙ୍କ କହିବା ମୁତାବିକ ସକାଳର ୭.୨୨ ଟାରେ ବିମାନ ନିଜର ଭାରସାମ୍ୟ ହରାଇ ଥିଲା। ଏପରିକି ବିମାନ ଉଡାଣ ପରେ କଂକ୍ରିଟ ବାଡ଼ା ଓ ଦୁଇ ମହଲା କୋଠା ଘରେ ପିଟି ହୋଇଥିଲା। ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ୨୨ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବିମାନଟି ନୂର୍ ସୁଳାନ୍ ଯାଉଥିଲା।

ସେହିପରି କାଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ ସହର ଗେମାରେ ବିମାନ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଅକ୍ଟୋବରରେ ଇଣ୍ଡୋନେସିଆ ଏୟାରଲାଇନ ଓ ମାର୍ଚ୍ଚ ମାସରେ ଏଥୋପିଆ ଏୟାରଲାଇନରେ ୭୩୭ ମେକ୍ସ୍ ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ପାଖାପାଖି ୩୫୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ୭୩୭ ମେକ୍ସ ବିମାନର ଡ଼ିଜାଇନିଂରେ ବ୍ୟବହାର କୌଶଳ ନେଇ ପ୍ରଶ୍ନ ଉଠିଥିଲା। ଫଳରେ କମ୍ପାନୀ ଏହି ବିମାନ ସେବାକୁ ହଟାଇ ଦେଇଥିଲେ। ଯେଉଁଥି ପାଇଁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।