ଶାନଦାର ହେବ ହେମନ୍ତ ସୋରେନ ସରକାରର ଶପଥ ଗ୍ରହଣ ଉତ୍ସବ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ହେଲେ ଏହି ଶପଥ ସମାରୋହକୁ ଶାନଦାର୍ କରିବା ପାଇଁ ଜୋରସୋର୍ ପ୍ରସ୍ତୁତି ଚାଲିଛି। ତେବେ ଏଥିରେ ପ୍ରିୟଙ୍କା ଗାନ୍ଧୀ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ କଂଗ୍ରେସ ମହାସଚିବ ପ୍ରଦେଶ ନେତାଙ୍କ ସହ ଆଲୋଚନା ପରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥଲେ। ପ୍ରଚାରର ଶେଷ ଦିନରେ ପାକୁଣ୍ଡରେ ଜନସଭାରେ ପହଞ୍ଚି ଥିଲେ। ଏଠାରେ ହେମନ୍ତ ସୋରେନଙ୍କ ସହ ରାଲିରେ ସମ୍ବୋଧିତ କରିଥିଲେ। ତେବେ ଏଥର ପ୍ରିୟଙ୍କା ନୂଆ ସରକାର ଶପଥ ସମାରୋହରେ ପହଞ୍ଚିବେ। ସେପଟେ ହେମନ୍ତ ସୋରେନ କହିଛନ୍ତି ଯେ, ଯେଭଳି ଝାଡ଼ଖଣ୍ଡ ନିର୍ବାଚନରେ ଜେଏମ୍ଏମ୍, କଂଗ୍ରେସ ଓ ଆରଜେଡି ମହାଗଠାବନ୍ଧନ ର ବିଜୟୀ ହୋଇଛି। ସେହିଭଳି ଭାବରେ ନୂଆ ସରକାରର ଶପଥ ସମାରୋହ ବି ଖାସ୍ ହେବ।

ସୂଚନା ଅନୁସାରେ ଡିସେମ୍ବର ୨୯ ତାରିଖ ରବିବାର ଦିନ ରାଞ୍ଚିର ମୋହରାବାଦି ମଇଦାନରେ ଶପଥ ଗ୍ରହଣ ହେବାକୁ ଯାଉଛି। ଏଥିପାଇଁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ଓ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି। ଏଥିସହ ବିଜେପି ବିରୋଧୀ ଦଳର ବଡ଼ ନେତାମାନେ ମଧ୍ୟ ସମାରୋହରେ ସାମିଲ ହେବାକୁ ନିଉତା ଦିଆଯାଇଛି। କେବଳ ଏତିକି ନୁହେଁ, ଶପଥ ସମାରୋହରେ ଶିବସେନା ପ୍ରମୁଖ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଆମନ୍ତ୍ରଣ କରାଯାଇଥିବା ଚର୍ଚ୍ଚା ହେଉଛି।

ରାହୁଲ ଆସିବା ତଏ, ସୋନିଆଙ୍କ ସସପେନସ

କିଛି ଦିନ ତଳେ ହେମନ୍ତ ସୋରେନ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଏବଂ ସୋନିଆ ଗାନ୍ଧୀଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ହେବାକୁ ଥିବା ଶପଥ ସମାରୋହରେ ଉପସ୍ଥିତି ହେବାକୁ ସହମତି ଦେଇଛନ୍ତି। ତାଙ୍କ ସହ କଂଗ୍ରେସର ବଡ଼ ବଡ଼ ନେତା ମାନେ ମଧ୍ୟ ଶପଥ ସମାରୋହରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।