ନବନୀତା ବ୍ୟୁରୋ । ସୁନା ଆହୁରି ଝଟକୁଛି । ଦିନକୁ ଦିନ ବଢ଼ିବାର ଲାଗି ସୁନା ଭାଉ । ଏବେ ସୁନା ଦର ଆକାଶଛୁଆଁ ହୋଇଯାଇଛି । ୧୦ ଗ୍ରାମ ସୁନାକୁ ୪୦ ହଜାର ଟଙ୍କା ଟପି ଯାଇଛି । ଏଥିସହ ସୁନା ଦର ବୃଦ୍ଧି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ଦିଲ୍ଲୀ ସରାଫ ବଜାରରେ ସୁନା ଦର ପ୍ରଥମ ଥର ଲାଗି ୪୦ ହଜାର ଛୁଇଁଛି । ତା ସହ ତାଳ ଦେଇ ରୁପା ଦର ମଧ୍ୟ ବଢ଼ିବା ସହ ୪୫ ହଜାର ଟଙ୍କା ପାର କରିଛି । ଆମେରିକା ଓ ଚିନରେ ବ୍ୟବସାୟିକ ଯୁଦ୍ଧ କାରଣରୁ ସୁନା ଦର ବଢ଼ିଥିବା କୁହାଯାଉଛି ।
ସପ୍ତାହ ତଳେ ସୁନା ଦର ୩୯ ହଜାର ଟଙ୍କା ଛୁଇଁଥିଲା । ସେ ବ୍ୟବସାୟିକ ଦିନରେ ୧୦ ଗ୍ରାମ ସୁନାର ଦର ୩୯, ୩୦୦ ଟଙ୍କାରେ ଶେଷ ହୋଇଥିଲା । ଏହା ବ୍ୟତୀତ ରୁପାର ଦାମ କିଲୋଗ୍ରାମ ପ୍ରତି ୪୫ ହଜାର ଟଙ୍କା ଡେଇଁଥିଲା । ତେବେ ଚୀନ ଓ ଆମେରିକାର ବ୍ୟବସାୟିକ ଯୁଦ୍ଧ ଲାଗି ସୁନା ରୁପାର ଦର ବଢୁଥିବା କୁହାଯାଉଛି । ଏହାକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ଚିନ୍ତାରେ ପଡ଼ି ଯାଇଛନ୍ତି ।
୪୦ ହଜାର ଟଙ୍କା ଛୁଇଁଲା ସୁନା ଦର
