ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏସପିଜି ସୁରକ୍ଷା ହଟିଲା

ଦେଶ ଓ ବିଦେଶରାଜନୀତି

ନବନୀତା ବ୍ୟୁରୋ । ହଟିଲା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ ଏସପିଜି ସୁରକ୍ଷା ହଟାଇ ଦିଆଯାଇଛି । ତା ବଦଳରେ କେନ୍ଦ୍ରୀୟ ସୁରକ୍ଷା ବଳ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତି ନେଇଛି ଗୃହ ମନ୍ତ୍ରଣାଳୟ ।
ସୂଚନା ଅନୁସାରେ, ମନମୋହନ ସିଂହଙ୍କ ଏସପିଜି ସୁରକ୍ଷା ହଟାଇବା ନିଷ୍ପତି ସମୀକ୍ଷାର କରାଯାଇଥିଲା । ଏ ସୁରକ୍ଷା ଦେଶର ବଡ଼ ବଡ଼ ନେତାଙ୍କୁ ଯୋଗାଇ ଦିଆଯାଉଛି । ସେ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ଅଛନ୍ତି । ଏବେ ଦେଶରେ ଏହି ଚାରି ଜଣଙ୍କ ପାଖରେ ଏସପିଜି ସୁରକ୍ଷା ଭିତରେ ଅଛନ୍ତି ।
ଏହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା, ଭିପି ସିଂଙ୍କ ସୁରକ୍ଷା ମଧ୍ୟ ହଟା ଯାଇଥିଲା । ବିପଦ ଆଶଂକାକୁ ଦୃଷ୍ଟିରେ ରଖି ପୂର୍ବ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ମନମୋହନ ସିଂଙ୍କ ଝିଅ ନିଜେ ସୁରକ୍ଷା ବଳୟ ମଧ୍ୟରୁ ଅଲଗା ହୋଇ ଯାଇଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଝିଅ ମଧ୍ୟ ସୁରକ୍ଷା ଯୋଗାଇବାକୁ ମନା କରି ଦେଇଥିଲେ ।

ଗତ ୨୦୦୩ ମସିହାରେ ବାଜପେୟୀ ସରକାର ଏହି ଆଇନକୁ ସଂଶୋଧନ କରି ୧୦ ବର୍ଷରୁ ସୀମାକୁ ୧ ବର୍ଷକୁ କମା ଯାଇଥିଲା । ଏଥିସହ ପ୍ରାବଧାନ ବି ରଖାଯାଇଥିଲା ଯେ ବିପଦ ଆଶଂକାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୁରକ୍ଷା ଯୋଗାଇବା ସୀମା ନିଷ୍ପତି କରିବ ।

Leave a Reply