ନବନୀତା ବ୍ୟୁରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ଆୟୋଜିତ ଜି-୭ ଶିଖର ସମ୍ମଳିନୀରେ ଯୋଗ ଦେବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂଫଙ୍କ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ବୈଠକରେ ଟ୍ରଂପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖୁବ ମିଜାକ କରିଥିଲେ । ଟ୍ରଂପ କହିଛନ୍ତି, “ମୋଦି ବାସ୍ତବରେ ବହୁତ ଭଲ ଇଂରାଜୀ କହନ୍ତି, ହେଲେ କଥାବାର୍ତ୍ତା ହେବାକୁ ପସନ୍ଦ କରନ୍ତି ନାହିଁ ।”
ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ଅଟ୍ଟହାସ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅବଶ୍ୟ ଟ୍ରଂପଙ୍କ ହାତ ନିଜ ହାତକୁ ବଢ଼ାଇ ଜୋରରେ ହସିଥିଲେ । ଟ୍ରଂପ ମଧ୍ୟ ନ ହସି ରହି ପାରିନଥିଲେ । ଉଭୟଙ୍କ ମଧ୍ୟରେ ଏହା ଏମିତି ବିରଳ ମୁହୂର୍ତ୍ତ ଥିଲା, ଯାହା ଫଟୋ ମୋମେଂଟ ଅପ୍ ଦ ଡେ ବନି ଯାଇଗଲା ।
ଏ ଅବସରରେ ଉଭୟ ନେତାଙ୍କ ମଧ୍ୟରେ କାଶ୍ମିର ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ କାଶ୍ମିର ଦ୍ୱିପାକ୍ଷିକ ମାମଲା ବୋଲି କହିଛନ୍ତି ମୋଦି । ଏହା ଭାରତ ଓ ପାକିସ୍ତାନ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଂଗ ହୋଇଥିବାରୁ ତୃତୀୟ ଦେଶ ଏଥିରେ ମୁଣ୍ଡ ପୁରାଇବା ଉଚିତ ନୁହେଁ । ଆମେ ଦ୍ୱିପାକ୍ଷିକ ଭାବେ ଏନେଇ ଆଲୋଚନା କରି ସମସ୍ୟାର ସମାଧାନ କରି ପାରିବୁ । ଟ୍ରଂପ ବି ମୋଦିଙ୍କ କଥାକୁ ସମର୍ଥନ କରିବା ସହ ଏହା ଦ୍ୱିପାକ୍ଷିକ ମାମଲା ବୋଲି କହିଥିଲେ ।
ମୋଦି ଟ୍ରଂପକୁ କହିଥିଲେ, ଯେତେବେଳେ ପାକିସ୍ତାନରେ ନୂଆ ସରକାର ଗଠନ ହେଲା ମୁଁ ସେଠାକାର ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ । ଏବଂ ଉଭୟ ଦେଶର ସମସ୍ୟା ସମାନ ବୋଲି କହିଥିଲି ବୋଲି ମୋଦି କହିଥିଲେ । ତେବେ ଉଭୟ ଦେଶ ମଧ୍ୟରେ ଥିବା ସବୁ ପ୍ରସଙ୍ଗ ଦ୍ୱିପାକ୍ଷିକ ହୋଇଥିବାରୁ ମିଳିମିଶି ସମାଧାନ କରିବାକୁ ପଡ଼ିବ । ତେଣୁ ଟ୍ରଂପ କାଶ୍ମିର ପ୍ରସଂଗରେ ମଧ୍ୟସ୍ଥତା ନକରିବାକୁ କହିଥିଲେ ।
