ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ବେଳପଡାରେ ଅଭାବନୀୟ ଘଟଣା। ପେଟରେ ପଶିଲା ବର୍ଚ୍ଛା। ଅଇଁଲାଭଟା ଗାଁର ୧୮ ବର୍ଷୀୟ ବାଳକ ରାଜୁ ଥନାପତିଙ୍କ ପେଟରେ ବର୍ଚ୍ଚା ପଶି ଯାଇଛି। ଅସାବଧାନତା ଯୋଗୁଁ ତାଙ୍କ ପେଟରେ ବର୍ଚ୍ଛା ପଶି ଥିବା ଜଣା ପଡିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବେଳପଡ଼ା ମେଡିକାଲକୁ ନିଆଯାଇଥିଲା । ହେଲେ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ତଳେ ଆଗଲପୁର ବ୍ଲକ୍ ଅଞ୍ଚକର ଏକ ସ୍କୁଲରେ ଜଣେ ବାଳକର ବେକରେ ଜେଭଲିନ ପଶି ଯାଇଥିଲା। ବଲାଙ୍ଗିର ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ବାଳକର ବେକରୁ ସୁରକ୍ଷିତ ଭାବେ ଜେଭଲିନ ବାହାର କରାଯାଇଥିଲା।
ବେଲପଡ଼ାରେ ଅଭାବନୀୟ ଘଟଣା: ନାବାଳକର ପେଟରେ ପଶିଲା ବର୍ଚ୍ଛା
