ପୋଲିସ ଗୁଳିରେ ଟଳି ପଡ଼ିଲେ ମନ୍ତ୍ରୀ ନବ ଦାସ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ପୋଲିସ ଗୁଳିରେ ମନ୍ତ୍ରୀ ନିହାତ I ASI ଗୋପାଳ ଦାସଙ୍କ ଫାଇରିଂରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଛି I ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି I ଡାକ୍ତରୀ ଟିମର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ନବ ଦାସଙ୍କ ଜୀବନ ଚାଲି ଯାଇଛି I ଏନେଇ ମେଡିକାଲ ପକ୍ଷରୁ ବୁଲେଟିନ୍ ଜାରି କରି ସୂଚନା ଦିଆଯାଇଛି I ତେବେ ପୋଲିସ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ଯ ଖବର ନେଇ ସାରା ରାଜ୍ୟରେ ଚାଞ୍ଚଲ୍ଯ ଖେଳି ଯାଇଛି I ତାଙ୍କ ମୃତ୍ଯ ଖବର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ନେତା ଶୋକବ୍ୟକ୍ତ କରିଛନ୍ତି I

ତେବେ ପୋଲିସ ପୋଷାକରେ ତଥା ସୁରକ୍ଷା ଦାୟିତ୍ଵରେ ଥାଇ ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚାଳନା କରିବା ଓଡିଶା ଇତିହାସରେ ପ୍ରଥମ ଘଟଣା I ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି I ଗୁଳିକାଣ୍ଡ ଘଟଣା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଯେଉଁ ରାଜ୍ୟରେ ମନ୍ତ୍ରୀ ସୁରକ୍ଷିତ ନୂହେଁ, ସେଠି ସାଧାରଣ ଜନତା କେତେ ସୁରକ୍ଷିତ ! ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ଯ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି I ପୋଲିସ ଜଣେ ମନ୍ତ୍ରୀଙ୍କୁ ଗୁଳି କରିବା ଓଡିଶା ଇତିହାସରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି I

ଘଟଣା ଅନୁସାରେ ଆଜି ମଧ୍ୟାହ୍ନରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲେ ପୋଲିସ ASI ଗୋପାଳ ଦାସ I ସଙ୍ଗେ ସଙ୍ଗେ ନବ ଦାସଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା I ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିପ୍ଟ କରାଯାଇ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା I ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରି ତାଙ୍କର ଚିକିତ୍ସା ଚାଲିଥିଲା I ହେଲେ ଡାକ୍ତରୀ ଟିମର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରି ପାରିଲେ ନାହିଁ I ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ ଯାଇ ଶୋକବ୍ୟକ୍ତ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି I ସେହିପରି ବିଭିନ୍ନ ଦଳର ରାଜନୈତିକ ନେତା ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି I

Leave a Reply