ରାଣୀସର୍ଡାର ପ୍ରସିଦ୍ଧ ମା ମାହେଶ୍ବରୀଙ୍କର ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗାଁର ପ୍ରସିଦ୍ଧ ମା ମାହେଶ୍ବରୀଙ୍କର ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଧୁମଧାମରେ ଚାଲିଛି। ଗତ ୨୯ ତାରିଖରୁ କଳସ ଶୋଭାଯାତ୍ରା ଆରମ୍ଭ ହେବା ସହ ମହୋତ୍ସବ ମହାସମାରୋହରେ ପାଳିତ ହେଉଛି। ଚବିଶ ପ୍ରହରୀ ନାମଯଜ୍ଞ , ପ୍ରବଚନ, ଚଣ୍ଡୀପାଠ, ତୁଳସୀ ରାମାୟଣ ପାରାୟଣ, ମହିଷାସୁର ଦରବାର, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ମଧ୍ୟ ଦିଆଯାଉଛି। ମା ମାହେଶ୍ଵରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଦେଖିବା ପାଇଁ ବହୁ ଭକ୍ତଙ୍କର ସମାଗମ ହେଉଛି। ରାଧାଗୋବିନ୍ଦ ମଠ, ସୁଲେଇର ଶ୍ରୀ ଯଶୋଦା ନନ୍ଦନ ବୃନ୍ଦାବନ ଚନ୍ଦ୍ର ଦାସ ମହାରାଜଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେଉଛି। ମହୋତ୍ସବ ପାଇଁ ରାଣୀସର୍ଡା ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ତେବେ ଏଥିରେ ଗାଁର ସମସ୍ତ ଲୋକ ସହଯୋଗ କରୁଛନ୍ତି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୫ ତାରିଖରେ ଉଦଯାପିତ ହେବ।