ସାଢେ ୬ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ମାରିଲେ ଲୁଟେରା

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ଜନଗହଳିପୂର୍ଣ୍ଣ ଜାଗାରୁ ଲୁଟ I ଦୁଇ ବନ୍ଧୁଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ଫେରାର ମାରିଲେ ଲୁଟେରା I ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଛି ଏଭଳି ଘଟଣା I ଅଭିଯୋଗ ପରେ ପୋଲିସ୍ ତଦନ୍ତ ଜାରି ରଖିଛି I ପାଟଣାଗଡ଼ ରାମପୁରର ଦୁଇ ବନ୍ଧୁ ଭୀଷ୍ମ ନାଗ ଓ ଧର୍ମେନ୍ଦ୍ର ନନ୍ଦ ପାଟଣାଗଡ଼ ସହରକୁ ଆସିଥିଲେ। ଏବଂ ବରୋଦା ବ୍ୟାଙ୍କରୁ ଜଣେ ତିନି ଲକ୍ଷ ଓ ଆଉ ଜଣେ ସାଢେ଼ ତିନି ଲକ୍ଷ ଟଙ୍କା ଉଠାଇଥିଲେ। ହେଲେ ଟଙ୍କା ଉଠାଇ ନିଜ ଘରକୁ ଗୋଟିଏ ବାଇକରେ ଫେରୁଥିବା ବେଳେ ରାମପୁର ଛକଠାରେ ଦୁଇଟି ବାଇକରେ ଚାରି ଜଣ ଅତର୍କିତ ଭାବରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏବଂ ତାଙ୍କ ହାତରୁ ଟଙ୍କା ଥିବା ବ୍ୟାଗ ଧରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ। ଏନେଇ ଉଭୟ ବନ୍ଧୁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେପଟେ ପାଟଣାଗଡ଼ ପୋଲିସ୍ ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ହେଲେ ଡକାୟତିର ଶିକାର ହୋଇଥିବା ଦୁଇ ବନ୍ଧୁ ମଧ୍ୟରୁ ଭୀଷ୍ମ ନାଗ କହିବା ଅନୁସାରେ ସେମାନେ ଦୁଇ ଜଣ ନିଜ କାମ ପାଇଁ ବ୍ୟାଙ୍କ ଅଫ ବରୋଦାକୁ ଆସିଥିଲେ। ଏବଂ ମୋଟ ସାଢେ଼ ଛ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଆସୁଥିଲେ । ଏବଂ ରାମ ପୂର୍ ଜନ ଗହଳି ସ୍ଥାନରେ ଚାରି ଜଣ ଯୁବକ ତାଙ୍କୁ ଆକ୍ରମଣ ତାଙ୍କ ଟଙ୍କା ବ୍ୟାଗ ନେଇ ଫେରାର ମାରି ଥିବାର ସେ କହିଛନ୍ତି। ତେବେ ବଲାଙ୍ଗୀର ପୋଲିସର ବିଭିନ୍ନ ପଦକ୍ଷେପ ସୁଦ୍ଧା ଲୁଟେରା ଓ ଡକାୟତ ଲୁଟ କରିଚାଲିଛନ୍ତି I ଅପରାଧ କମିବା ବଦଳରେ ବେଧଡକ ଲୁଟ ଡ଼କାୟତି ବଢି ବଢି ଚାଲିଛି I ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି I