ନବନୀତା ବ୍ୟୁରୋ। ଗଣପର୍ବ ରଜ ଅବସରରେ ଆସୁଛି ଚକୋଲେଟ୍ ଵୟଙ୍କ ନୂଆ ସିନେମା। ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ରଜ ଭେଟି ଦେବେ ବାବୁସାନ। ଏହା ରଜ ବଜାରରେ ଲଢେଇ କରିବା ସହ ସିନେ ପ୍ରେମୀଙ୍କୁ ପଇସା ଅସୁଲ୍ କରିବ ନିଶ୍ଚିତ। ଜ୍ୟୋତି ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଏହି ସିନେମାର ଲିଡ୍ ରୋଲରେ ଅଭିନେତା ବାବୁସାନ୍ ଓ ଅଭିନେତ୍ରୀ ଶିବାନୀଙ୍କୁ ଦେଖିବାକୁ ପାଇବେ ଦର୍ଶକ।
ପ୍ରଯୋଜକ ନିରଞ୍ଜନ ନାୟକ ଓ ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଥିବା ବେଳେ ବୈଦ୍ୟନାଥ ଦାସ ଗୀତ ରଚନା ଓ ସଂଳାପ ଦେଇଛନ୍ତି ବାପୁ ଗୋସ୍ୱାମୀ। ଏନେଇ ଭୁବନେଶ୍ୱରର ଏକ ଖ୍ୟାତନାମା ମଲରେ ସାମ୍ବାଦିକ ସମ୍ମିଳନୀ କରି ସିନେମା ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଫିଲ୍ମର ନାମ ଘୋଷଣା କରାଯାଇଛି। ସିନେମାର ନାମ ହେଲା ବିଦ୍ୟାରାଣ। ଏହା ରଜ ବଜାରରେ ରିଲିଜ୍ ହେବା ସହ ସିନେମା ଭଲ ରେସ୍ପନସ୍ ରହିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ। ତେବେ ସିନେମାର ଷ୍ଟୋରୀ ଲାଇନ୍ ଜଣ ରହିଛି, କେଉଁ ବିଷୟ ବସ୍ତୁ ଉପରେ ଫୋକସ୍ କରାଯାଇଛି ସେନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ସିନେ ପ୍ରେମୀ।
