ମନ୍ତ୍ରୀ ମୁକେଶଙ୍କ ମହାନତା

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ l ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମହାନତା l ଦିନିକିଆ ବଲାଙ୍ଗିର ଗସ୍ତ ସାରି ଆଜି ଭୁବନେଶ୍ବର ଫେରୁଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ l ହେଲେ ଫେରିବା ସମୟରେ ଗୁର୍ଜିଭଟା ଛକରେ ଦୁର୍ଘଟଣା ଘଟିଥିବାରୁ ସେଠାରେ ଅଟକି ଥିଲେ ମୁକେଶ ମହାଲିଙ୍ଗ l ଏବଂ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଲୋଇସିଂହା ହସ୍ପିଟାଲକୁ ପଠେଇ ଥିଲେ l ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l

ତେବେ କୌଣସି ଦୁର୍ଘଟଣା ଘଟିଲେ ଭୟଭୀତ ନହୋଇ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି l କାରଣ ଏଭଳି ଦୁଃଖଦ ସମୟରେ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା ଆମର ଦାୟିତ୍ଵ। ଏପରିକି ଭୟ ନକରି ସଠିକ ସମୟରେ ମେଡିକାଲରେ ପହଞ୍ଚାଇ ବହୁମୂଲ୍ୟ ଜୀବନ ବଞ୍ଚାଇବା ନିହାତି ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l ଏବଂ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ମେଡିକାଲ ପଠେଇ ନିଜର ମହାନତା ଦେଖାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l ତାଙ୍କର ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି l