ମାନବିକତା ଦେଖାଇଲେ ମୁକେଶ ମହାଲିଙ୍ଗ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ I ମାନବିକତା ଦେଖାଇଲେ ମୁକେଶ l ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଖାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ I ସ୍ୱାସ୍ଥ୍ୟମନ୍ତ୍ରୀ ବରଗଡ ଜିଲ୍ଲା ଗସ୍ତ ସାରି ଆଜି ନିଜ ନିର୍ବାଚନ ମଣ୍ଡଳୀକୁ ଫେରୁଥିଲେ l ଏ ସମୟରେ ଗୁଠୁର୍ଲାରୁ ବୁଢାମାଲ ରାସ୍ତା ନିକଟରେ ଦୁର୍ଘଟଣା ଘଟି ଜଣେ ମହିଳା ଆହତ ହୋଇଥିଲେ I ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏବଂ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କ ଆଶୁଆରୋଗ୍ୟ ପାଇଁ ମା’ ସମଲେଶ୍ଵରୀଙ୍କ ନିକଟରେ କାମନା କରିଛିନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ I ତାଙ୍କର ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି I