ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିରର ସର୍ବପୁରାତନ ପୃଥ୍ୱୀରାଜ ହାଇସ୍କୁଲ 1994 ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଦଳୀ ମୁଣ୍ଡା ନର୍ସରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 1994 ମାଟ୍ରିକରେ ପାଠ ପଢୁଥିବା ସମସ୍ତ ବନ୍ଧୁ ପୁଣି 31 ବର୍ଷ ପରେ ଏକାଠି ହୋଇଥିଲେ। ଏ ଅବସରରେ ସ୍କୁଲ ପାଠ ପଢା ସମୟର ସବୁ ସ୍ମୃତିକୁ ମନେ ପକାଇଥିଲେ। ଆଜି ବ୍ୟସ୍ଥ ବହୁଳ ଜୀବନରେ ବନ୍ଧୁଙ୍କ ପାଇଁ ସମୟ କାଢିବା ବହୁ କଷ୍ଟକର ହୋଇଛି। ଏହାସତ୍ତ୍ବେ ସମସ୍ତେ ବନ୍ଧୁଙ୍କ ପାଇଁ ଦିନଟିଏ ପାଳନ କରିଥିଲେ। ହେଲେ ଆଗକୁ ଏକ ଟ୍ରଷ୍ଟ ଗଠନ କରାଯିବା ପାଇଁ ଏକ ପ୍ରସ୍ତାବ ନିଆଯାଇଛି। ଏଥିରେ ସବୁ ବନ୍ଧୁମାନେ ଯୋଡ଼ି ହେବା ସହ ଅସୁବିଧା ସମୟରେ ସମସ୍ତେ ସମସ୍ତଙ୍କ ସାହା ହେବେ। ଏଥିସହ ସାମାଜିକ ସେବାରେ ମଧ୍ୟ ସମସ୍ତେ ନିୟୋଜିତ ହେବେ ବୋଲି ଆଲୋଚନା କରାଯାଇଛି। ତେବେ 1994 ମାଟ୍ରିକ୍ ବ୍ୟାଚର ସବୁ ବନ୍ଧୁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠିତ ଥିବା ବେଳେ ସମସ୍ତେ ସମୟ କାଢି ଏହି ବନ୍ଧୁମିଳନରେ ସାମିଲ ହୋଇଥିଲେ।
ପୃଥ୍ୱୀରାଜ ହାଇସ୍କୁଲ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ
