ନବନୀତା ବ୍ୟୁରୋ। ଫିଲ୍ମ ଅଭିନେତା ସଲମାନ୍ ଖାନ୍ ‘ଦ ତାରା ଶର୍ମା ଶୋ’ କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ମୁଁ ଛୋଟ ଥିବା ବେଳେ ମୋତେ ସମ୍ଭାଳିବା ପାଇଁ ମାତା ପିତାଙ୍କୁ ବହୁତ୍ ମୁସ୍କିଲ ହୋଇ ପଡୁଥିଲା। ସଲମାନ୍ କହିଛନ୍ତି, ଜଣେ ବାଳକ ହିସାବରେ ମୋତେ ସମ୍ଭାଳିବା ମୋ ମାତା ପିତାଙ୍କ ପାଇଁ ମୁସ୍କିଲ ଥିଲା। ଏବେ ବି ବହୁତ୍ ମୁସ୍କିଲ। ମୁଁ ଏବେବି ବି ଭଲ ହେବାକୁ ପ୍ରୟାସ କରୁଛି। ସବୁବେଳେ ମୁଁ ମୋ ବାପା ମାଙ୍କ ଅତି ନିକଟରେ ରହି ଆସିଛି, ତେଣୁ ଏହି କଥାକୁ ନେଇ ବହୁତ୍ କଷ୍ଟ ଲାଗିଥାଏ।
ସଲମାନ୍ ନିଜ ସ୍କୁଲ ସମୟର ଏକ ଭାଗ ସେୟାର କରି ଖୁଳାସା କରି କହିଥିଲେ ଯେ, ଚତୁର୍ଥ ଶ୍ରେଣୀ ବେଳେ ମୋତେ ସ୍କୁଲରୁ ବାହାର କରି ଦିଆଯାଇଥିଲା।
ଏନେଇ ସଲମାନ୍ କହିଛନ୍ତି ଯେ, ଯେତେବେଳେ ମୁଁ ବଡ଼ ହେଉଥିଲି ମୋତେ ଜଣାନଥିଲା ଯେ ମୁଁ କଣ ଭୁଲ୍ କରିଥିଲି। ଚତୁର୍ଥ ଶ୍ରେଣୀ ବେଳେ ମୋତେ ସ୍କୁଲରୁ ବାହାର କରାଯାଇଥିଲା ଓ ଅନ୍ୟ ସ୍କୁଲରେ ପଢ଼ିବା ପାଇଁ କୁହା ଯାଇଥିଲା। ଏହା ପରେ ସେ ସ୍କୁଲ ମୋର ପ୍ରଥମ ସ୍କୁଲକୁ ପ୍ରତ୍ୟାବର୍ତ୍ତନ ଲାଗି ଅନୁରୋଧ କରିଥିଲେ ଓ ମୁଁ ପୁଣି ସେ ସ୍କୁଲକୁ ଫେରି ଆସିବା ସହ ପାସ୍ ବି କଲି।
ଏହାରି ମଧ୍ୟରେ ସଲମାନ୍ ଖାନଙ୍କ ରିଲିଜ୍ ହୋଇଥିବା ଫିଲ୍ମ୍ ଦାବଂ ୩ ବକ୍ସ ଅଫିସରେ ଶହେ କୋଟି ଟଙ୍କା ରୋଜଗାର କରି ଆଗେଇ ଚାଲିଛି। ଫିଲ୍ମ ରିଲିଜର ଚାରି ଦିନ ମଧ୍ୟରେ ୯୧.୮୫ କୋଟି ଟଙ୍କା ଆୟ କରିଛି। ହେଲେ ନାଗରିକତା ସଂଶୋଧନ ଆଇନ୍ କାରଣ ଲାଗି ଫିଲ୍ମ ଉପରେ ପ୍ରଭାବ ପଡିଛି। ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଦବଂ ୩ ସିନେମାରେ ସୋନାକ୍ଷୀ ସିହ୍ନା ଓ ସାଇ ମଞ୍ଜେର୍କର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।
ସଲମାନ୍ ରିଆଲିଟି ଶୋ ଵିଗ୍ ବସ୍ ୧୩ ରେ ହୋଷ୍ଟ ଭାବେ ନଜରକୁ ଆସୁଛନ୍ତି। ଭଲ ଟିଆରପି କାରଣରୁ ଏହାକୁ ଆହୁରି ପାଞ୍ଚ ସପ୍ତାହ ବଢାଇ ଦିଆ ଯାଇଛି। ବିଗ୍ ବସ୍ ପରେ ସଲମାନ୍ ପ୍ରଭୁଦେବାଙ୍କ ଫିଲ୍ମ ରାଧେ ୟୌର ମୋଷ୍ଟ ୱାଣ୍ଟେଡ ଭାଇର ସୁଟିଂ ଆରମ୍ଭ କରିବେ। ଏ ଫିଲ୍ମ ୨୦୨୦ ଇଦ୍ ଅବସରରେ ରିଲିଜ୍ ହେବାର ଯୋଜନା ରହିଛି। ଫିଲ୍ମରେ ଦିଶା ପଟାନୀ, ରଣଦିପ ହୁଡ଼ା ଓ ଜେକି ଶ୍ରଫ ମଧ୍ୟ ବିଶେଷ ଭୂମିକାରେ ଦେଖିବାକୁ ମିଳିବେ।
