ନବନୀତା ବ୍ୟୁରୋ। ୨୦୧୯ ବର୍ଷ ସରିବା ପୂର୍ବରୁ ଡିସେମ୍ବର ୨୬ ଚଳିତ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଦେଖିବାକୁ ମିଳିବ। ଚଳିତ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଭାରତ, ଅଷ୍ଟ୍ରେଲିଆ, ଫିଲିପାଇନସ, ସାଉଦି ଆରବ ଓ ସିଙ୍ଗାପୁର ଆଦି ଜାଗାରେ ଦୃଶ୍ୟମାନ ହେବ। ସୂଚନା ଅନୁସାରେ ଏହା ପୂର୍ବରୁ ଚଳିତ ଜାନୁୟାରୀ ୬ ଓ ଜୁଲାଇ ୨ ତାରିଖରେ ଆଂଶିକ ସୂର୍ଯ୍ୟ ଗ୍ରହଣ ହୋଇଥିଲା। ହେଲେ ଏହା ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ହୋଗା। ଭାରତରେ ସୁର୍ଯୋଦୟ ହେବା ପରେ ଏହାକୁ ଦକ୍ଷିଣ ଭାଗରେ ଦୃଶ୍ୟମାନ ହେବ। ତେବେ ଏହା ଦେଶର ଅନ୍ୟ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ଗ୍ରହଣ ରୂପରେ ଦେଖା ଯିବ।
କେତେ ସମୟରୁ ଗ୍ରହଣ
ଭାରତୀୟ ମାନକ ଅନୁଯାୟୀ ୨୬ ଡିସେମ୍ବର ସକାଳର ୮ ଟାରୁ ଆଂଶିକ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବ। ୯.୦୬ ଟାରୁ ବଳୟାକାର ସୂର୍ଯ୍ୟ ଗ୍ରହଣ ଅବସ୍ଥା ଆରମ୍ଭ ହେବ। ତେବେ ସୂର୍ଯ୍ୟ ଗ୍ରହଣ ବଳୟାକାର ଅବସ୍ଥା ଦ୍ୱିପହର ୧୨.୨୯ଟାରେ ଶେଷ ହେବ। ଗ୍ରହଣର ଆଂଶିକ ଅବସ୍ଥା ୧.୩୬ ଟାରେ ଶେଷ ହେବ।
କେଉଁଠି ହେବ ଦୃଶ୍ୟମାନ
ଗ୍ରହଣର ବଳୟାକାର ଅବସ୍ଥାକୁ ଦେଶର ଦକ୍ଷିଣ ଭାଗର କିଛି ଅଞ୍ଚଳ ଯଥା କନ୍ନାନୋର୍, କୋୟମ୍ବଟୁର୍, କୋଝିକୋଡ଼, ମଦୁରାଇ, ମଙ୍ଗଲୋର୍, ଉଟି, ନିତୁଚିରାପଲ୍ଲୀ ଆଦି ଜାଗାରେ ଦେଖା ଯିବ। ଭାରତରେ ବଳୟାକାର ସୂର୍ଯ୍ୟ ଗ୍ରହଣ ସମୟରେ ସୂର୍ଯ୍ୟ ୯୩ ପ୍ରତିଶତ ଭାଗ ଚନ୍ଦ୍ରମା ଦ୍ଵାରା ଢାଙ୍କି ରହିବ।
ଗ୍ରହଣ ବେଳେ ଏ କଥା ଉପରେ ଧ୍ୟାନ ଦିଅନ୍ତୁ
ସୂର୍ଯ୍ୟ ଗ୍ରହଣ ବେଳେ ଖାଲି ଆଖିରେ ଦେଖନ୍ତୁ ନାହିଁ, ଏହା ଆଖିକୁ କ୍ଷତି ପହଞ୍ଚାଇ ପାରେ।
ଯଦି ସୂର୍ଯ୍ୟ ଗ୍ରହଣ ଦେଖିବାକୁ ଚାହୁଁଛନ୍ତି, ତାହେଲେ ସୋଲାର ଫିଲ୍ଟର ଚଷମା ବ୍ୟବହାର କରନ୍ତୁ।
ବିନା ଚଷମାରେ ସୂର୍ଯ୍ୟ ଗ୍ରହଣ ଦେଖନ୍ତୁ ନାହିଁ।
ସୂର୍ଯ୍ୟ ଗ୍ରହଣ ବେଳେ ସୂର୍ଯ୍ୟର ପିନହୋଲ, ଟେଲିସ୍କୋପ କିମ୍ବା ଦୁରବିନରେ ଦେଖନ୍ତୁ ନାହିଁ।
