୨୦୨୦ରେ ଟେନିସକୁ ଅଲବିଦା କହିବେ ଲିଏଣ୍ଡର ପେସ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଭାରତର କିମ୍ବଦନ୍ତୀ ଟେନିସ ଖେଳାଳି ଲିଏଣ୍ଡର ପେସ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୪୬ ବର୍ଷୀୟ ପେସ ବୁଧବାର ସୂଚନା ଦେଇ କହିଛନ୍ତି ଯେ ୨୦୨୦ ତାଙ୍କ କ୍ୟାରିଅରର ଶେଷ ବର୍ଷ ହେବ। ଏହାପରେ ସେ ଟେନିସକୁ ଅଲବିଦା କହିବେ।

୧୯୯୬ ଅଲିମ୍ପିକରେ ସିଙ୍ଗଲରେ ପଦକ ଜିତିଥିବା ପେସ ସୋସାଲ ମିଡ଼ିଆରେ ସମସ୍ତଙ୍କୁ କ୍ରିଷ୍ଟମସ୍ ଶୁଭେଚ୍ଛା ଜଣାଇବା ସହ ନିଜ ସନ୍ୟାସ ନେଇ ସୂଚନା ଦେଇଛନ୍ତି। ସେ ନିଜ ପରିବାରର ଭଉଣୀ ଓ ଝିଅକୁ ଧନ୍ୟବାଦ ଦେବା ସହ ତାଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। ଏଥିସହ ସେ ସଂକେତ ଦେଇ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ ତାଙ୍କ କ୍ୟାରିଅରର ଶେଷ ପ୍ରତିଯୋଗିତା ହୋଇପାରେ। ପେସ ନିଜ କ୍ୟାରିୟର ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ସେ ସିଙ୍ଗଲ ସହ ଡବଲରେ ବି ଅନେକ ପ୍ରତିଯୋଗତାରେ ବିଜୟୀ ହୋଇଛନ୍ତି।