୫୭ ବର୍ଷ ପରେ ବିରଳ ସୂର୍ଯ୍ୟୋପରାଗ୍, ଭୁଲରେ ବି କରନ୍ତୁନି ଏହି କାମ

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଗୁରୁବାର ୨୬ ଡିସେମ୍ବର ସଂଘଟିତ ହେବାକୁ ଥିବା ସୂର୍ଯ୍ୟ ଗ୍ରହଣ ଏଥର ବିଶେଷ ପରିସ୍ଥିତି ସହ ହେବ। ଭାରତରେ ଦେଖିବାକୁ ମିଳିବାକୁ ଥିବା ଏହି ସୂର୍ଯ୍ୟ ଗ୍ରହଣ ଦିନରେ ୬ ଗ୍ରହ ଏକା ସାଥିରେ ରହିବେ। ଏଭଳି ପରିସ୍ଥିତି ଆଜିଠୁ ୫୭ ବର୍ଷ ପୂର୍ବରୁ ହୋଇଥିଲା, ୨୯୬୨ ମସିହାରେ ସୂର୍ଯ୍ୟ ଗ୍ରହଣ ବେଳେ ୭ଟି ଏକା ସାଙ୍ଗରେ ଥିଲେ। ଚଳିତ ଥର ୨୬ ଡିସେମ୍ବରରେ ପ୍ରାୟ ତିନି ଘଣ୍ଟା ଯାଏ ସୂର୍ଯ୍ୟ ଗ୍ରହଣ ରହିବ। ସକାଳ ୮.୧୭ରୁ ଗ୍ରହଣ ଆରମ୍ଭ ହେବ, ୯.୩୭ ରେ ଗ୍ରହଣ ମଧ୍ୟବର୍ତ୍ତୀ କଳା ହେବ ଓ ୧୦.୫୭ରେ ଗ୍ରହଣ ଶେଷ ହେବ।

ଖଣ୍ଡିଆ ସୂର୍ଯ୍ୟ ଗ୍ରହଣ କାରଣରୁ ୧୨ ଘଣ୍ଟା ପୂର୍ବରୁ ଲାଗିବାକୁ ଥିବା ସୂତକ୍ ଡିସେମ୍ବର ୨୫ ବୁଧବାର ସନ୍ଧ୍ୟା ୫ଟାରେ ମନ୍ଦିରର କବାଟ ବନ୍ଦ କରାଯିବ। ଏହି ସୂର୍ଯ୍ୟ ଗ୍ରହଣ ପୌଷ ମାସ ଅମାବାସ୍ୟା ତିଥିରେ ନକ୍ଷତ୍ର ଓ ଧନୁ ରାଶିରେ ଲାଗୁଛି।

ସୂର୍ଯ୍ୟ ଗ୍ରହଣ ବେଳେ ଗର୍ଭବତୀ, ରୋଗୀ ଓ ବୃଦ୍ଧ ବୃଦ୍ଧାଙ୍କୁ ଔଷଧ- ଭୋଜନ ବାରଣ ନାହିଁ

ଗର୍ଭବତୀ ମହିଳା ପନିପରିବା କାଟିବା, ପାପଡ ସେକିବା ଆଦି ଉତ୍ତେଜିତ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍। ଖୁସ୍ ରହିବା ଆବଶ୍ୟକ। ଖାଇବା ଜିନିଷରେ କୁଷତୃଣ ପକାନ୍ତୁ। ହେଲେ ସୁଖା ଖାଦ୍ୟ ପଦାର୍ଥରେ କୁଶା ପକାଇବ ଆବଶ୍ୟକ ନାହିଁ।

ଗ୍ରହଣ ବେଳେ ଏହି କଥା ଉପରେ ଧ୍ୟାନ ରଖନ୍ତୁ

ଗ୍ରହଣ ସମୟରେ ଅଶୁଭ ରାଶି ଲୋକେ, ରୋଗୀ ଏବଂ ଗର୍ଭବତୀ ମହିଳା ଗ୍ରହଣ ଦେଖିବା ଅନୁଚିତ୍। ଏ ଅବସରରେ ଈଶ୍ୱର ପୂଜା, ମନ୍ତ୍ର ଜପ, ସଙ୍କୀର୍ତ୍ତନ ଆଦି କଲେ ବିଶେଷ ଲାଭ ମିଳେ। ହେଲେ ଗ୍ରହଣ ବେଳେ ଖାଦ୍ୟ ଖାଇବା, ରୋଷେଇ କରିବା, ଶୋଇବା ଅନୁଚିତ୍। ଗ୍ରହଣ ଆରମ୍ଭ ହେବା ଆଗରୁ ଖାଇବା ପିଇବା, ରନ୍ଧା ଖାଦ୍ୟ, କ୍ଷୀର, ଦହି, ଘୀ, ମଖନ୍, ଆଚାର, ପାଣି, ଆଦିରେ କୁଶ କିମ୍ବା ତୁଳସୀ ଡାଲ୍ ପକାଇବ ଜରୁରୀ। ଏଥି ପାଇଁ ଖାଦ୍ୟ ପଦାର୍ଥ ଦୂଷିତ ହେବ ନାହିଁ। ଏ ଅବସରରେ ସବଜି କାଟିବା, ସିଲାଇ କରିବା ଅନୁଚିତ୍।