ପତ୍ନୀର ଗଳା କାଟି ହତ୍ୟା ପରେ ଥାନାରେ ପହଞ୍ଚିଲା ସ୍ବାମୀ: କାରଣ ଜାଣି ପୋଲିସ ହଇରାଣ

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ପତ୍ନୀର ଗଳା କାଟି ନିର୍ମମ ହତ୍ୟା। ହିସାର ନିକଟସ୍ଥ ଗଙ୍ଗୱା ଗାଁରେ ଘଟିଛି ଏଭଳି ଅମାନୁଷିକ ଘଟଣା। ବୁଧବାର ସନ୍ଧ୍ୟାରେ ଗାଁର ଜଣେ ବ୍ୟକ୍ତି ନିଜ ପତ୍ନୀର ଗଳା କାଟି ହତ୍ୟା କରିଦେଇଥିଲା। ଏହାପରେ ଅଭିଯୁକ୍ତ ରମେଶ ରକ୍ତ ସରସର କପଡ଼ା ପିନ୍ଧି ଆଜାଦ୍ ନଗର ଥାନାକୁ ଯାଇଥିଲା। ହେଲେ ଅଭିଯୁକ୍ତକୁ ଏଭଳି ଅବସ୍ଥାରେ ଦେଖି ପୁଲିସ କର୍ମଚାରୀଙ୍କ ହୋସ ଉଡି ଯାଇଥିଲା। ଅପରାଧୀ ରମେଶ କୁମାର ସ୍ତ୍ରୀର ହତ୍ୟା ସଂପର୍କରେ ପୋଲିସ ପାଖରେ ବଖାଣି ଥିଲା। ପତ୍ନୀ ନିତୁକୁ ଗଳା କାଟି ମାରିଥିବା ସ୍ବୀକାର କରିଥିଲା। ତେବେ ପୋଲିସ ଅଭିଯୁକ୍ତ ରମେଶ କୁମାରର ବୟାନ ଆଧାରରେ ଧାରା ୩୦୨ରେ ମାମଲା ରୁଜୁ କରିଥିଲା।

ପୋଲିସ ସୂଚନା ଅନୁସାରେ ରମେଶ ଗାଡ଼ିର ଡେଣ୍ଟ ପେଣ୍ଟ କରେ। ଦୀର୍ଘ ୧୨ ବର୍ଷ ପୂର୍ବରୁ ରମେଶ ଓ ତା ଭାଇର ବିବାହ ହୋଇଥିଲା। ରାଜସ୍ଥାନ ତାରା ନଗର ସ୍ଥିତ ରେୱାସି ଗାଁର ନିତୁ ଓ ସୁନୀତା ଦୁଇ ଭଉଣୀକୁ ବିବାହ କରିଥିଲେ। ବିବାହର ଦେଢ଼ ବର୍ଷ ପରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଫଳରେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେବେ ହତ୍ୟାକାରୀ ରମେଶର ଦୁଇଟି ଛୁଆ ଅଛନ୍ତି।

ରମେଶ ଅଭିଯୋଗ କରିଛି ଯେ, ତାଙ୍କ ବଡ ଭାଇ ରାଜୁର ହତ୍ୟାର କାରଣ ବି ପତ୍ନୀ ନୀତୁ ଓ ସୁନୀତା। କାରଣ ନୀତୁ ଓ ସୁନୀତାଙ୍କ ଲାଗି ହିଁ ରାଜୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲ। ଏ ଘଟଣାରେ ଉଭୟଙ୍କୁ ସଜା ବି ହୋଇଥିଲା।