ସ୍କୁଲ୍ ଭିତରେ ମହିଳାଙ୍କ ସହ ନାଗିନ ଡ୍ୟାନସ୍ କଲେ ଶିକ୍ଷକ… ଦେଖନ୍ତୁ ଭିଡିଓ

ଦେଶ ଓ ବିଦେଶସୋସିଆଲ ମେଡିଆସ୍ପେଶାଲ

ନବନୀତା ବ୍ୟୁରୋ। ରାଜସ୍ଥାନ ଜାଲୋର୍ ସରକାରୀ ବିଦ୍ୟାଳୟର ଶିକ୍ଷକ ତାଲିମ୍ କାର୍ଯ୍ୟକ୍ରମ ଅବସରରେ ନାଗିନ ଡ୍ୟାନସ୍ କରିଥିଲେ। ହେଲେ ଏହି ଡ୍ୟାନସ୍ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଏ ଘଟଣାରେ ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ ବିରତି ଅବସରରେ ତିନି ଜଣ ଶିକ୍ଷକ ନାଚୁଥିବା ଦେଖିବାକୁ ମିଳିଥିଲା। ସେଥି ମଧ୍ୟରୁ ଜଣେ ମାଷ୍ଟର ଟ୍ରେନର ଥିବା ଜଣାପଡିଛି। ତାଙ୍କୁ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ ଲାଗି ପଠା ଯାଇଥିଲା।

ତେବେ ଡ୍ୟାନସ୍ ଭିଡିଓ ଭାଇରାଲ୍ ହେବା ପରେ ବୁଧବାର ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଅନ୍ୟ ଦୁଇ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେପଟେ ନିଲମ୍ବନ ଆଦେଶ ନେଇ କିଛି ଶିକ୍ଷକ ଆପର୍ତ୍ତି ଉଠାଇଛନ୍ତି।

ଦେଖନ୍ତୁ ଭିଡିଓ