ଠାକରେଙ୍କ ଆକ୍ସନ୍ ପ୍ଲାନ୍, ଶପଥ ପରେ ପ୍ରଥମେ କରିବେ ଏହି କାମ୍

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଠାକରେଙ୍କ ସହ ଶିବସେନାର ଏକନାଥ ଶିନ୍ଧେ ଓ ସୁଭାଷ ଦେସାଇ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥି ସହ ଏନସିପିର ଜୟନ୍ତ ପାଟିଲ ଓ ଛଗନ୍ ଭୁଜବଳ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହା ପୂର୍ବରୁ ମହା ବିକାଶ ଅଘାଡି ର ସାଧାରଣ ନ୍ୟୁନତମ୍ କାର୍ଯ୍ୟକ୍ରମ ଜାରି କରା ଯାଇଛି। ଅଘାଡିର ସାମ୍ବାଦିକ ସମ୍ମିଳନୀରେ ଶିବସେନା ନେତା ଏକନାଥ ଶିଂଧେ କହିଥିଲେ ଯେ ମହାରାଷ୍ଟ୍ର ଚାଷୀ ବହୁ ସଙ୍କଟର ସମ୍ମୁଖୀନ ହେଉଛି। ଏ ସରକାର ଚାଷୀ ଲାଗି କାମ କରିବ। ତେଣୁ ଏହା ଶକ୍ତିଶାଳୀ ସରକାର ହେବ ବୋଲି ସେ କହିଥିଲେ।

ତେବେ ଶପଥ ନେବା ପରେ ଉଦ୍ଧବ ଠାକରେଙ୍କ ସରକାର ଏକ ଟଙ୍କାରେ ରାଜ୍ୟର ସମସ୍ତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ତାସହ ମହିଳାଙ୍କ ସୁରକ୍ଷା ଲାଗି ଖାସ୍ ଯୋଜନା କରାଯିବ। ଏହା ତାଙ୍କ ପ୍ରାଥମିକତାର ସର୍ବାଗ୍ରେ ରହିଛି। ଚାଷୀ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ରାଜ୍ୟର ଚାଷୀଙ୍କ ପାଇଁ ନୂଆ ଫସଲ ବୀମା କରାଯିବ। ଯେମିତି ସେମାନେ ଏହାର ଫାଇଦା ତୁରନ୍ତ ପାଇ ପାରିବେ। ତା ସହ ରାଜ୍ୟରେ ଖାଲି ପଡ଼ିଥିବା ସରକାର ପଦବୀ ଶୀଘ୍ର ପୂରଣ କରାଯିବା ଦିଗରେ କାମ କରିବ। ଏହା ବ୍ୟତୀତ ନଗର ଉନ୍ନୟନ, ଶିଳ୍ପ, ସାମାଜିକ ସୁରକ୍ଷା, କଳା, ସଂସ୍କୃତି ଓ ପର୍ଯ୍ୟଟନ ଉପରେ କାମ କରିବ ଉଦ୍ଧବ ସରକାର। ଜାଣନ୍ତୁ ଆହୁରି କଣ କଣ ପ୍ରାଥମିକତା ରହିଛି।