ବିଶ୍ଵର ତୃତୀୟ ସୁନ୍ଦରୀ ଝିଅ ସୁମନ୍ ରାଓ

ଫିଚର୍ବଡ଼ ଖବରମନୋରଞ୍ଜନସ୍ପେଶାଲ

ନବନୀତା ବ୍ୟୁରୋ। ଲଣ୍ଡନରେ ଆୟୋଜିତ ମିସ୍ ୱାଲ୍ଡ ପ୍ରତିଯୋଗୀତାରେ ରାଜସ୍ଥାନର ସୁମନ ରତନ ସିଂ ରାଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। ମିସ୍ ଓ୍ୱାଲ୍ଡ ପ୍ରତିଯୋଗୀତାରେ ଭାରତ ପକ୍ଷରୁ ଦାବିଦାର ସୁମନ ରାଓ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହା ପୂର୍ବରୁ ସୁମନ ରାଓ ନିଜ ସୁନ୍ଦରତା ଦମରେ ଅନେକ ଟାଇଟଲ ଓ ତାଜ ଜିତିଛନ୍ତି।

ସୁମନ ରାଓ ମିସ୍ ଇଣ୍ଡିଆ ଓ ମିସ୍ ଇଣ୍ଡିଆ ତାଜ ପାଇଁ ଚୟନ କରାଯାଇଥିଲା। ବଲିଉଡରେ କ୍ୟାରିୟର କରିବା ପାଇଁ ସ୍ବପ୍ନ ଦେଖୁଥିବା ସୁମନ ରାଓ ଉଦୟପୁର ନିକଟ ଏକ ଗାଁରେ ରହନ୍ତି। ହେଲେ ତାଙ୍କୁ ଗୋଟିଏ ବର୍ଷ ହେବା ବେଳେ ଘର ଲୋକ ତାଙ୍କୁ ମୁମ୍ବାଇ ନେଇଯାଇଥିଲେ। ସୁମନଙ୍କ ପିତା ଜେଲର କାର୍ଯ୍ୟ କରୁଥିବା ବେଳେ ମାତା ଗୃହିଣୀ। ନଭେମ୍ବର ୨୩, ୧୯୯୯ ମସିହାରେ ଜନ୍ମିତ ସୁମନ ଜଣେ ମଡେଲ ଓ ଭଲ ନୃତ୍ୟଶିଳ୍ପୀ ଭାବରେ ଜଣାଶୁଣା।

ସୁମନ ରାଓ ଏବେ ସିଏ ପାଠ ପଢୁଛନ୍ତି। ୨୦୧୮ ମସିହାରେ ସେ ନବୀ ମୁମ୍ବାଇ କଂଟେଷ୍ଟରେ ଅଂଶ ଗ୍ରହଣ କରିଥିଲେ। ଏହା ପରେ ସେ ଫେମିନା ମିସ୍ ରାଜସ୍ଥାନ ୨୦୧୯ ଟାଇଟଲ ଜିତିବା ସହିତ ମିସ୍ ଇଣ୍ଡିଆ ୨୦୧୯ରେ ସେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ। ସୁମନ କେବଳ ମଡେଲେର ନୁହନ୍ତି, ସେ କଥକ ନୃତ୍ୟ ଶିଳ୍ପୀ ଭାବେ ମଧ୍ୟ ବେଶ୍ ଜଣାଶୁଣା। ଏଥିସହ ସେ ସୋସାଲ ମିଡ଼ିଆରେ ସକ୍ରିୟ ରହିବା ସହ ନୃତ୍ୟର ଭିଡିଓ ମଧ୍ୟ ସେୟାର କରିଥାନ୍ତି।

Leave a Reply