ସିପିଏସଇକୁ ୨ଟି କୋକିଂ କୋଇଲା ଖଣି ଆବଣ୍ଟନ, ପ୍ରତିବର୍ଷ ୧୦ ମ୍ୟାଟ୍ରିକ ଟନ୍ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଷ୍ଟିଲ ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଇ) କୁ ଦୁଇଟି କୋକିଂ କୋଇଲା ଖଣି ଆବଣ୍ଟନ କରାଯାଇଛି। ରୋହନେ ଓ ରୋବୋଡିହି ଖଣି ଆବଣ୍ଟନ କରିଛି କୋଇଲା ମନ୍ତ୍ରଣାଳୟ। କୋଇଲା ଖଣି ଅଧିନିୟମ ୨୦୧୫ ଅନୁସାରେ ଏହା ବଣ୍ଟନ କରାଯାଇଛି। ଝାରଖଣ୍ଡରେ ଥିବା ଏହି ଖଣିରେ ପ୍ରତିବର୍ଷ ପ୍ରାୟ ୨୦ ମ୍ୟାଟ୍ରିକ ଟନରୁ ଅଧିକ ଉତ୍ପାଦନ ସହ ଦେଶରେ କୋକିଂ କୋଇଲା ଉତ୍ପାଦନରେ ବି ପ୍ରୋତ୍ସାହନ ମିଳିବ। ଏଥିସହ ଆମଦାନୀ ହେଉଥିବା କୋଇଲା ଉପରେ ଷ୍ଟିଲ ଉଦ୍ୟୋଗର ନିର୍ଭରତାକୁ ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ରାଷ୍ଟ୍ରୀୟ ଖଣି ବିକାଶ ନିଗମ ଲିମିଟେଡକୁ କୋଇଲା ବିକ୍ରି କରିବା ପାଇଁ ରୋହନେ କୋଇଲା ଖଣି ଆବଣ୍ଟନ କରାଯାଇଛି। ଏବଂ ଏହା ନଗରନାରରେ ଆଗାମୀ ଦିନରେ ହେବାକୁ ଥିବା ଏନ୍ଏମଡିସିର ଷ୍ଟିଲ ପ୍ଲାଣ୍ଟରେ କୋକିଂ କୋଇଲାରେ କ୍ୟାପଟିଭ୍ ବ୍ୟବହାର ଲକ୍ଷ୍ୟ ମଧ୍ୟ ପୂରଣ କରିବ।

ସେହିପରି ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡକୁ ରୋବୋଡିହ ଓସିପି କୋଇଲା ଖଣି ଆବଣ୍ଟନ କରାଯାଇଛି। ଯାହା ଲୁହା ଓ ଇସ୍ପାତରେ କ୍ୟାପ୍ଟିଭ୍ ବ୍ୟବହାର ଲାଗି କରାଯାଇଛି।

ଏହି ଖଣି ଦ୍ଵାରା ରାଜ୍ୟ ସରକାର ରୟାଲଟି ବ୍ୟତୀତ ପ୍ରାୟ ୭୦୦୦ କୋଟି ଟଙ୍କା ରାଜସ୍ବ ଆଦାୟ କରି ପାରିବ। କୋଇଲା ଧୋଇବା ପାଇଁ ଏନଏମଡିସି ଓ ଆରଆଇଏନଏଲ ଉଭୟ କମ୍ପାନୀ ନିଜ ନିଜ ୱାସର ସ୍ଥାପନ କରିବେ।

Leave a Reply