ବର୍ଷେ ହେଲା ବିନା ପାଣି ପିଇ କେମିତି ଜୀବନ ଜିଁଉଛନ୍ତି ଏ ମହିଳା, ଜାଣନ୍ତୁ ଏହି ଖବରରେ

ଜୀବନଶୈଳୀଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। କେହି କଣ ବିନା ପାଣିରେ ବଞ୍ଚିପାରେ। ତାହା ପୁଣି ଗୋଟିଏ ବର୍ଷ କାଳ। ଆପଣ କହିବେ ନାହିଁ। ହେଲେ ଇଣ୍ଡୋନେସିଆ ବାଲିରେ ରହୁଥିବା ଜଣେ ମହିଳା ବିନା ପାଣି ପିଇ ବଞ୍ଚିଛନ୍ତି। ସେ ଗୋଟିଏ ବର୍ଷ ହେଲା ପାଣି ଟୋପାଏ ପିଇ ନାହାନ୍ତି। ଏବେ ତାଙ୍କ ଶରୀରରେ ଏମିତି କିଛି ପରିବର୍ତ୍ତନ ଘଟିଛି ତାହା ଯେ କେହି ବି ହଇରାଣ ହୋଇଯିବ।

ମହିଳା ଜଣକ ହେଲେ ସୋଫି ପାର୍ତିକ। ବୟସ ୩୫ ବର୍ଷ। ପେଶାରେ ଜଣେ ସେ ଯୋଗ ଶିକ୍ଷକ ଓ ପୋଷଣ ବିଶେଷଜ୍ଞ। ସୋଫି ଦାବି କରନ୍ତି ଯେ, ସେ ଗତ ଗୋଟିଏ ବର୍ଷ ହେଲା ବିନା ପାଣି ପିଇ ରହୁଛନ୍ତି। ଏଥିପାଇଁ ତାଙ୍କର ସ୍ବାସ୍ଥ୍ୟରେ ବହୁତ୍ ପରିବର୍ତ୍ତନ ଘଟିଛି ଓ ପୂର୍ବ ଅପେକ୍ଷା ଅଧିକ ସ୍ଵସ୍ଥ ଅଛନ୍ତି। ହେଲେ ପାଣି ପରିବର୍ତ୍ତେ ସେ ଫଳ ଓ ଫଳ ରସ ପିଅନ୍ତି। ଏହା ବ୍ୟତୀତ ପଇଡ଼ ପାଣି ପିଇଥାନ୍ତି ସେ।

ସୋଫିଙ୍କ କହିବା ଅନୁସାରେ ପୂର୍ବରୁ ତାଙ୍କ ମୁହଁରେ ଫୁଲା, ଫୁଡ୍ ଏଲର୍ଜି, ଶୁଷ୍କ ଚର୍ମ ଓ ହଜମ ଭଳି ଅନେକ ସମସ୍ୟାରେ ପୀଡ଼ିତ ଥିଲେ। ଏପରିକି ବହୁ ଚିକିତ୍ସା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା। ଏହା ପରେ ତାଙ୍କର ଜଣେ ସାଙ୍ଗ ଡ୍ରାଏ ଫାଷ୍ଟିଂ କରିବାକୁ କହିଥିଲେ। ଡ୍ରାଏ ଫାଷ୍ଟିଂର ଅର୍ଥ ବିନା ପାଣି ପିଇ ରହିବା। ତେବେ ଏଥିରେ ବହୁତ ଆରାମ ମିଳିଥିବା ସେ କୁହନ୍ତି।

ସୋଫି କହନ୍ତି ଏବେ ଯାଏ କୌଣସି ତରଳ ପଦାର୍ଥ ବିନା ୫୨ ଘଣ୍ଟା ପର୍ଯ୍ୟନ୍ତ ରହି ପାରିଛନ୍ତି। ଏବେ ସେ ଚାହୁଁଛନ୍ତି ଯେ, କୌଣସି ତରଳ ପଦାର୍ଥ ନ ପିଇ ୧୦ ଦିନ ଯାଏ ରହିବେ। ତେବେ ପାଣିକୁ ନେଇ ସୋଫିଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ କହନ୍ତି, ବିନା ପାଣି ପିଇ କେହି ଜୀବିତ ରହି ପାରିବ ନାହିଁ ଏହା ଲୋକଙ୍କ ମନର ଭ୍ରମ। ଯଦି ଆମେ ସଂଯମ ଜାରି ରଖିଲେ ତାହେଲେ ନିଜ ଇଛାକୁ ବି ଆୟତ୍ତ କରି ପାରିବା।

ତାଙ୍କ କହିବା କଥା ହେଲା, ଏହା ଦେଖି ତାଙ୍କ ପରିବାର ଲୋକେ ବି ଚକିତ ହୋଇ ଯାଇଥିଲେ ଯେ ବିନା ପାଣି ପିଇ କେମିତି ଗୋଟିଏ ବର୍ଷ ବଂଚିଛନ୍ତି। ହେଲେ ବିନା ପାଣିରେ ସେ ବହୁତ୍ ଭଲ ଅନୁଭବ କରୁଛନ୍ତି। ଡ୍ରାଇ ଫାଷ୍ଟିଂ କଲେ ଖୁବ୍ ଶୀଘ୍ର ଏହାର ଅନୁଭବ ଲାଗିବା ସହ ଆପଣଙ୍କ ଶରୀରକୁ ପାଣିର ଆବଶ୍ୟକତା ନଥିବା ସେ କହନ୍ତି। ଏବଂ ଆପଣ ବିନା ପାଣି ପିଇ ରହି ପାରିବେ।

Leave a Reply