ଦିଲ୍ଲୀ ପୋଲିସ ଗୁଳିରେ ଟଳି ପଡିଲେ ଦୁଇ ଦୃର୍ବୁତ୍ତ

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦିଲ୍ଲୀରେ ପୋଲିସ ଓ ଦୃର୍ବୁତ୍ତ ମଧ୍ୟରେ ଗୁଳି ବିନିମୟ। ଗୁଳି ବିନିମୟରେ ଦୁଇ ଜଣ ଦୃର୍ବୁତ୍ତଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଘଟିଛି ଏହି ଘଟଣା। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ନ୍ୟୁଜ୍ ଏଜେନସି ଏଏନ୍ଆଇ ଅନୁସାରେ, ଆଜି ସକାଳେ ପୁଲ ପ୍ରହଲ୍ଲାଦପୁର ଅଞ୍ଚଳରେ ଦିଲ୍ଲୀ ପୋଲିସ ଚେକିଂ ବେଳେ ଦୁଇ ଜଣ ଦୃର୍ବୁତ୍ତଙ୍କୁ ଘେରାଇ ଥିଲେ। ଫଳରେ ଦୃର୍ବୁତ୍ତମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସ୍ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଏଥିରେ ଦୁଇ ଦୃର୍ବୁତ୍ତ ଆହତ ହୋଇଥିଲେ। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।
ତେବେ ପୁଲିସ ଗୁଳିରେ ମୃତ୍ୟୁ ଘଟିଥିବା ଦୁଇ ଦୃର୍ବୁତ୍ତଙ୍କ ପରିଚୟ ମିଳିଛି। ମୃତକ ଦ୍ବୟ ହେଲେ ରାଜା କୁରୈଶି ଓ ରମେଶ। ଉଭୟେ ହତ୍ୟା ମାମଲାରେ ଜଡିତ ଥିବା ଜଣା ପଡିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।